www.samajalive.in
Wednesday, December 10, 2025
15.1 C
Bhubaneswar

ଦିଲ୍ଲୀ ହିଂସା ମାମଲା ଶୁଣାଣି କରୁଥିବା ବିଚାରପତିଙ୍କ ବଦଳି – ପ୍ରିୟଙ୍କା ଖପ୍ପା

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିଚାରପତି ଏସ. ମୁରଲୀଧରଙ୍କ ବଦଳି ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ କହିଛି କେନ୍ଦ୍ର ସରକାର ନ୍ୟାୟ ପ୍ରକ୍ରିୟାକୁ ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ବ୍ୟବହାର କରୁଛନ୍ତି ଏବଂ ନ୍ୟାୟପାଳିକା ଉପରେ ଥିବା ଲୋକଙ୍କ ବିଶ୍ୱାସକୁ ନେଇ ଖେଳ ଖେଳୁଛନ୍ତି। ସୁପ୍ରିମକୋର୍ଟଙ୍କ କଲେଜିଅମ ଦିଲ୍ଲୀ ହାଇକୋର୍ଟ ବିଚାରପତି ଏସ. ମୁରଲୀଧରଙ୍କ ବଦଳି ନେଇ ଅନୁମୋଦନ କରିବା ପରେ ତାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଛି।

- Advertisement -

ବିଚାରପତି ଏସ. ମୁରଲୀଧର ଗତକାଲି ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିଲେ ଯେଉଁଥିରେ ବିଜେପିର ୩ ଜଣ ନେତା ଉତ୍ତେଜନାମୂଳକ ଭାଷଣ ଦେଇଥିବାରୁ ସେମାନଙ୍କ ବିରୋଧରେ ଦିଲ୍ଲୀ ପୁଲିସ କାହିଁକି ଏତଲା ରୁଜ୍ଜୁ କରିନାହିଁ ବୋଲି ମୁରଲୀଧରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ସନ୍ଧ୍ୟାରେ ବିଚାରପତି ଏସ. ମୁରଲୀଧରଙ୍କ ବଦଳି ଆଦେଶ ଆସିଥିଲା। ତାଙ୍କ ରାତି ଅଧିଆ ବଦଳି ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିବା ସହିତ ଏଭଳି ନିଷ୍ପତ୍ତିକୁ ଲଜ୍ଜାଜନକ ବୋଲି କହିଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ କରି କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଦେଶର ନ୍ୟାୟପାଳିକା ଉପରେ କୋଟି କୋଟି ଭାରତୀୟଙ୍କ ବିଶ୍ୱାସ ରହିଛି କିନ୍ତୁ କେନ୍ଦ୍ର ସରକାର ନ୍ୟାୟପାଳିକାକୁ ଅବିଶ୍ୱାସ ବାତାବରଣ ମଧ୍ୟକୁ ଠେଲି ଦେଉଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories