ମୁମ୍ବଇ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ‘ଭାରତ’ ଚଳଚ୍ଚିତ୍ରରେ ନଜର ଆସିବେ ନାହିଁ। ଶୁକ୍ରବାର ସକାଳେ ଭାରତ ଚଳଚ୍ଚିତ୍ର ନିର୍ଦେଶକ ଅଲ୍ଲି ଆବାଜ ଜାଫର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ବହୁତ କମ୍ ସମୟ ମଧ୍ୟରେ ଅଭିନେତ୍ରୀ ପ୍ରିୟଙ୍କା ନିଜର ନିଷ୍ପତ୍ତି ଜଣାଇଥିବାରୁ ନିଦେର୍ଶକ ତାଙ୍କ କଥାକୁ ସମ୍ମାନ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକ୍ଙ୍କ ସହ ବିବାହ ପାଇଁ ଏହି ଚଳଚ୍ଚିତ୍ର ଛାଡିଛନ୍ତି।
ଦୀର୍ଘ ୧୦ ବର୍ଷ ପରେ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ସଲମନ ଖାନ ଏହି ଚଳଚ୍ଚିତ୍ର ମାଧ୍ୟମରେ ଏକାଠି ଦେଖିବାକୁ ମିଳିଥାନ୍ତେ। କିନ୍ତୁ ପ୍ରିୟଙ୍କା ଚଳଚ୍ଚିତ୍ରରୁ ଓହରି ଯିବାପରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ଏହାର ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି ପୂର୍ବରୁ କ୍ୟାଟ୍ରିନାଙ୍କୁ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। କିନ୍ତୁ ଚଳଚ୍ଚିତ୍ରରେ ଭୂମିକା ଖୁବ୍ କମ ସମୟର ଥିବାରୁ ସେ ଅଭିନୟ କରିବାକୁ ମନା କରିଦେଇଥିଲେ।
ସୂଚନାଯୋଗ୍ୟ ଯେ ଅଭିନେତ୍ରୀ କ୍ୟାଟ୍ରିନା ବର୍ତ୍ତମାନ ଚଳଚ୍ଚିତ୍ର ‘ଜିରୋ’ ଓ ‘ଠଗସ୍ ଅଫ ହିନ୍ଦୋସ୍ଥାନ’ରେ ବ୍ୟସ୍ତ ଅଛନ୍ତି।
‘ଭାରତ’ ଛାଡିଲେ ପ୍ରିୟଙ୍କା, କ୍ୟାଟ୍ରିନାଙ୍କ ହୋଇପାରେ ଏଣ୍ଟ୍ରି
Popular Categories



