www.samajalive.in
Sunday, December 7, 2025
23.1 C
Bhubaneswar

ଏଣିକି ସେନା ପାଇଁ ଅସ୍ତ୍ର ତିଆରି କରିବେ ଘରୋଇ କମ୍ପାନୀ, ନିୟମ ପରିବର୍ତ୍ତନ କଲେ ସରକାର

ନୂଆଦିଲ୍ଲୀ : ଏବେ ସରକାରୀ କମ୍ପାନୀଙ୍କ ସହ ଘରୋଇ କମ୍ପାନୀଙ୍କୁ ବି ସେନା ପାଇଁ ଅସ୍ତ୍ର ତିଆରି କରିବାର ଭାର ମିଳିବ। ପ୍ରତିରକ୍ଷା ମନ୍ତ୍ରାଳୟ ଏନେଇ ନିୟମରେ ବଡ଼ଧରଣର ପରିବର୍ତ୍ତନ କରିଛି। ଫଳରେ ଏଣିକି ବିଦେଶ କମ୍ପାନୀଗୁଡ଼ିକ ଅସ୍ତ୍ର ତିଆରି ପାଇଁ ବୈଷୟିକ ଜ୍ଞାନ ଆଦାନପ୍ରଦାନ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କୁ ଚୟନ କରିପାରିବେ। ଅର୍ଥାତ ବିଦେଶୀ କମ୍ପାନୀଗୁଡ଼ିକୁ ଅସ୍ତ୍ର ତିଆରିରେ ସହଭାଗୀତା ପାଇଁ ଘରୋଇ କମ୍ପାନୀଙ୍କୁ ଚୟନ କରିବାର ସ୍ୱାଧୀନତା ମିଳିବ। ଏହି ନିୟମ ପରିବର୍ତ୍ତନ ଦ୍ୱାରା ଏଚ୍‍ଏଏଲ (ହାଲ), ବିଇଏଲ ଏବଂ ବିଡିଏଲ ସରକାରୀ କମ୍ପାନୀଗୁଡ଼ିକର ବହୁ କ୍ଷତି ଘଟିବ ବୋଲି କୁହାଯାଉଛି।
ପୂର୍ବରୁ ବିଦେଶୀ କମ୍ପାନୀ କେବଳ ଉପରୋକ୍ତ ସରକାରୀ କମ୍ପାନୀଗୁଡ଼ିକ ସହ ଚୁକ୍ତି କରିପାରୁଥିଲେ। ନିୟମରେ ପରିବର୍ତ୍ତନ ସହ ଏବେ ଭାରତୀୟ ଘରୋଇ କମ୍ପାନୀଗୁଡ଼ିକ ବିଦେଶୀ କମ୍ପାନୀ ସହ ରାଫେଲ ଭଳି ଚୁକ୍ତି କରିପାରିବେ। ନିକଟରେ ରାଫେଲ ଯୁଦ୍ଧ ବିମାନ ନିର୍ମାଣକାରୀ ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଆଭିଏସନ ରିଲାଏନ୍ସ ଡିଫେନ୍ସ ସହ ଅଫସେଟ୍‍ ଚୁକ୍ତି କରିଥିଲା। ଏହି ଚୁକ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ସୂଚନା ଅନୁସାରେ ସେପ୍ଟେମ୍ବର ୨୭ରୁ ଏହି ପରିବର୍ତ୍ତିତ ନିୟମ ଲାଗୁ ହୋଇଛି। ପରିବର୍ତ୍ତିତ ନିୟମର ସର୍ତ୍ତ ଅନୁସାରେ କମ୍ପାନୀ ପରିଚାଳନା ଭାର ଜଣେ ଭାରତୀୟ ନାଗରିକଙ୍କ ପାଖରେ ରହିବା ଦରକାର। ଏହାସହ ଅସ୍ତ୍ର ତିଆରି କ୍ଷେତ୍ରରେ ଅନ୍ୟୁନ୍‍ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories