www.samajalive.in
Monday, December 8, 2025
14.1 C
Bhubaneswar

ସୁନ୍ଦରଗଡ଼ ଜିଲାର ଡାକ୍ତରଖାନାରେ ୯୦ ଆଇସିୟୁ ଓ ୧୨୦ ଅମ୍ଳଜାନ ଶଯ୍ୟା ବୃଦ୍ଧି କରାଯିବ; ୫୦୦କୁ ବଢ଼ିବ ଦୈନିକ ଆରଟିପିସିଆର ପରୀକ୍ଷା କ୍ଷମତା

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀ ଆଜି ରାଉରକେଲା ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ତାଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଏହି ଗସ୍ତରେ ଆସିଥିଲେ।
ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅସିତ୍ ତ୍ରିପାଠୀ କହିଥିଲେ ଯେ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ଡାକ୍ତରଖାନା ଅଛି ଏବଂ ଏସବୁରେ ଅକ୍ସିଜେନଯୁକ୍ତ ବେଡ୍ ଓ ଆଇସିୟୁ ବେଡର ବ୍ୟବସ୍ଥା ରହିଛି। ଖୁବଶୀଘ୍ର ୯୦ଟି ଆଇସିୟୁ ବେଡ୍ ଏବଂ ୧୨୦ଟି ଅକ୍ସିଜେନଯୁକ୍ତ ବେଡ୍ ସ୍ଥାପନ କରାଯିବ। ବର୍ତ୍ତମାନ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ ସିଲିଣ୍ଡର ଓ ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ରହିଛି।


ଶ୍ରୀ ତ୍ରିପାଠୀ ଆହୁରି କହିଥିଲେ ଯେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୫୦୦ ଅମ୍ଳଜାନ ଶଯ୍ୟା ବିଶିଷ୍ଟ ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି। ଏହା ସୁନ୍ଦରଗଡ଼ ଜିଲା ଏବଂ ବିଶେଷକରି ରାଉରକେଲା ସହରରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଅଧିକ ସହାୟକ ହେବ।
ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ମଧ୍ୟ ରାଉରକେଲା ମହାନଗର ନିଗମ ଦ୍ୱାରା ପରିଚାଳିତ ୨୪ ଘଣ୍ଟିଆ କୋଭିଡ୍ ହେଲ୍ପଲାଇନ୍ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ହେଲ୍ପଲାଇନ୍ ମାଧ୍ୟମରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ କିପରି ବିଭିନ୍ନ ସୂଚନା ଓ ସହାୟତା ଯୋଗାଇ ଦିଆଯାଉଛି ତାହା ଅନୁଧ୍ୟାନ କରିଥିଲେ। ଏହା ସହିତ ଟିମ୍ ହାଇଟେକ୍ କୋଭିଡ୍ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ପରେ ପରେ ଜିଲାର କୋଭିଡ୍ ପରିଚାଳନା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା।
ଏହି ଅବସରରେ ଅସିତ୍ ତ୍ରିପାଠୀ କହିଥିଲେ ଯେ ଜିଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ଆଧୁନିକ ବ୍ୟବସ୍ଥାର ଭିତ୍ତିଭୂମି ସୃଷ୍ଟି କରିବାରେ ବିଭିନ୍ନ ଶିଳ୍ପ କାରଖାନା ଏବଂ ଘରୋଇ ଉଦ୍ୟୋଗ ସହାୟତାର ହାତ ବଢ଼ାଇଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଅଧିକ ଡାକ୍ତର ମିଳିପାରିଲେ ଜିଲାରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ରାଉରକେଲା ହେଉଛି ସୁନ୍ଦରଗଡ଼ ଜିଲାର ପ୍ରମୁଖ ସହର। ତେଣୁ କୋଭିଡ୍ ମୁକାବିଲା ପାଇଁ ଏଠାରେ ସରକାର ଘରୋଇ ସହଭାଗିତାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛନ୍ତି। କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଲକଡାଉନ୍ ଏବଂ ସଟଡାଉନ୍ ଘୋଷଣା କରିଛନ୍ତି। ଜିଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ମିଳିତ ଭାବରେ ଏହିସବୁ ନିୟମର କଡ଼ାକଡ଼ି ପ୍ରବର୍ତ୍ତନ ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

- Advertisement -

ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା  ଶାଳିନୀ ପଣ୍ଡିତ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଆଗାମୀ ୧୦ ଦିନ ମଧ୍ୟରେ ଜିଲାକୁ ଆଉ ଗୋଟିଏ ଆରଟିପିସିଆର ମେସିନ ଯୋଗାଇ ଦିଆଯିବ। ଏହା ଦ୍ୱାରା ଜିଲ୍ଲାରେ ଦୈନିକ କୋଭିଡ୍ ପରୀକ୍ଷା କ୍ଷମତା ୫୦୦କୁ ବୃଦ୍ଧି ପାଇବ।
ଏହି ଗସ୍ତ ଓ ସମୀକ୍ଷା ସମୟରେ ସୁନ୍ଦରଗଡ଼ ଜିଲଶପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସପି ମୁକେଶ କୁମାର ଭାମୋ, ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରୱଣେ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ରାଉରକେଲାରେ କୋଭିଡ୍ ଚିକିତ୍ସା ଦାୟିତ୍ୱରେ ଥିବା ଏଏମଓ ଡାକ୍ତର ଶଶାଙ୍କ କବି ଶତପଥୀଙ୍କ ସହ ଜିଲାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories