www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରାଥମିକ ବିଦ୍ୟାଳୟ ସଂଘ ସମ୍ମିଳନୀ

ସୁଆଣ୍ଡୋ : ପୁରୀ ଜିଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆଲୋଚନା ଚକ୍ର ଓ ସାମ୍ବିଧାନିକ ସମ୍ମିଳନୀ ବୀରଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସାଂପ୍ରତିକ ସ୍ଥିତିରେ ପ୍ରାଥମିକ ଶିକ୍ଷା ଶୀର୍ଷକକୁ ନେଇ ଆଲୋଚନା ଚକ୍ର ହୋଇଥିଲା। ଏଥିରେ ମୁଖ୍ୟ  ଅତିଥି ଭାବେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗଦେଇ ଥିଲେ । ରାଜ୍ୟ ସରକାରଙ୍କ ଶିକ୍ଷାନୀତିରେ ରହିଥିବା ଅସଙ୍ଗତି ତଥା ଗ୍ରେଡେସନ ଉଠାଇବା ସଂପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଗୁଣାତ୍ମକ ଶିକ୍ଷା ପ୍ରଦାନ ବିଷୟରେ ସରକାର ଗୁରୁତ୍ବ ଦେଉଥିବା ବେଳେ ଶିକ୍ଷକମାନଙ୍କ ସମସ୍ୟା ସଂପର୍କରେ ଦୃଷ୍ଟି ଦେବାକୁ ଓଷ୍ଟାର ରାଜ୍ୟ ସଭାପତି ପ୍ରଦୀପ କୁମାର ପ୍ରଧାନ ମତବ୍ୟକ୍ତ କରିଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।

ପୁରୀ ସୁରଜମଲ୍ଲ ଶାହା କଲେଜର ଅଧ୍ୟାପକ ସୁରେନ୍ଦ୍ର କୁମାର ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ କାର୍ଯ୍ୟରେ ସରକାର ନିୟୋଜିତ ନ କରିବା ପାଇଁ କହିଥିଲେ । ସରକାର ୫-ଟି ଯୋଜନା ମାଧ୍ୟମରେ ବିଦ୍ୟାଳୟ ଗୁଡିକର ରୂପାନ୍ତର କରୁଛନ୍ତି, ଯାହାକୁ ସବୁ ସ୍ତରରୁ ସ୍ୱାଗତ କରାଯାଉଛି । ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ପାଇଁ ଶିକ୍ଷକ ଅଭାବ ରହୁଛି। ସରକାର ତୁରନ୍ତ ଶିକ୍ଷକ ପଦ ପୁରଣ କରିବା ନିମନ୍ତେ ମୁଖ୍ୟ  ଅତିଥି ଶ୍ରୀ ପଣ୍ଡା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାଦୀ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଭାପତି ଅଜୟ କୁମାର ପ୍ରଧାନ, ଜିଲ୍ଲାର ବିଭିନ୍ନ ବ୍ଲକର ଶିକ୍ଷକ ମାନେ ଆଲୋଚନା ଚକ୍ରରେ ଯୋଗଦେଇ ଥିଲେ। ଉପସଭାପତି ସୁଜାତା ଦେବୀ ସଂଯୋଜନା କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories