www.samajalive.in
Sunday, December 14, 2025
14.1 C
Bhubaneswar

ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

କଟକ : ପବିତ୍ର ଶ୍ରାବଣ ମାସରେ ବହୁତ ଶୈବ ଭକ୍ତ ନିଜର ମାନସିକ ପାଇଁ ବୋଲ ବମ ଯାତ୍ରାରେ ବାହାରନ୍ତି । ବୋଲ ବମ୍ ନିମନ୍ତେ ଜଳ ନେବା ଲାଗି ଗଡ଼ ଗଡ଼ିଆ ନଦୀ ଘାଟ ଭକ୍ତଙ୍କ ପ୍ରମୁଖ ପେଣ୍ଠସ୍ଥଳୀ । ଏହି ସ୍ଥାନରୁ ପ୍ରତି ବର୍ଷ ଭଳି ଏହି ବର୍ଷ ହାଜର ହଜାର ବୋଲ ବମ ଭକ୍ତ ଜଳ ନେଇ ଓଡ଼ିଶାର ବିଭିନ ଶିବ ମନ୍ଦିରକୁ ଯାଉଛନ୍ତି। ଭକ୍ତଙ୍କ ସମାଗମରେ ବ୍ୟବହୃତ ପ୍ଲାଷ୍ଟିକ ବସ୍ତୁ, ପଲିଥିନ ଇତ୍ୟାଦି ପ୍ରଚୁର ମାତ୍ରାରେ ପଡ଼ିଥାଏ। ପରେ ବର୍ଷା ହେବା ଦ୍ୱାରା ନଦୀରେ ମିଶିଲେ ନଦୀ ଦୂଷିତ ଓ ପରିବେଶ ଅପରିଷ୍କାର ହୁଏ।
ତେଣୁ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ଓ ସିଏମସି ମିଳିତ ସହଯୋଗରେ ଏହି ସ୍ଥାନକୁ ସଫେଇ କରାଯାଉଛି।। ଏହି ସଫେଇ କାର୍ଯ୍ୟକ୍ରମରେ ସିଏମସି ସ୍ୱାସ୍ଥ୍ୟ ଅଫିସର ଡାକ୍ତର ସତ୍ୟବ୍ରତ ମହାପାତ୍ର, ୩୫ନଂ କର୍ପୋରେଟର କେ. କାମେଶ ରାଓ,୧୫ନଂ କର୍ପୋରେଟର ଲିଜାରାଣୀ ରାଉତ, ସାନିଟାରି ଇନିସ୍ପେକ୍ଟର ପ୍ରତାପ ମହାପାତ୍ର,୨୬ନଂ କର୍ପୋରେଟର ଗଗନ ଓଝା, କ୍ୟାଣ୍ଟେନମେଣ୍ଟ ଆଇଆଇସି ଦିନକୃଷ୍ଣ ମିଶ୍ର ଅତିଥି ରୂପେ ଯୋଗ ଦେବା ସହ ଟ୍ରଷ୍ଟର ଟ୍ରଷ୍ଟି ହରମୋହନ ନାୟକ, ସୁପ୍ରଭା ସ୍ୱାଇଁ, ଆଦିତ୍ୟ ସାହୁ, ଟ୍ରଷ୍ଟର ସମ୍ପାଦକ ଶଶାଙ୍କ ଶେଖର ଦାଶ ଉପସ୍ଥିତି ରହି କାର୍ଯ୍ୟ ସମ୍ପନ୍ନ କରିଥିଲେ। ସଭାପତି ମନୋଜ ପଣ୍ଡା ପରିବେଶର ସ୍ୱଚ୍ଛତା ଆମ ଦାଇତ୍ୱ ବୋଲି ବାର୍ତ୍ତା ଦେବା ସହ ବୋଲବମ ଶେଷ ପାଳି ପରେ ଟ୍ରଷ୍ଟ ତରଫରୁ ଘାଟର ସମ୍ପୂର୍ଣ୍ଣ ସଫେଇ ଦାଇତ୍ୱ ନେବାକୁ ଘୋଷଣା କରିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories