www.samajalive.in
Sunday, December 14, 2025
14.1 C
Bhubaneswar

ଯୌତୁକ ମୁକ୍ତ ସମାଜ ବାର୍ତ୍ତା ପ୍ରଚାର ପାଇଁ ନିଆରା ବିବାହ

ସମ୍ବଲପୁର : ସମ୍ବଲପୁର ଠାରେ ଯୌତୁକମୁକ୍ତ ସମାଜର ବାର୍ତ୍ତା ପ୍ରଚାର ନିମନ୍ତେ ଏକ ନିଆରା ବିବାହ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ ପୁଟିବନ୍ଧ ସ୍ଥିତ ହରିଆଣା କୁରୁକ୍ଷେତ୍ରର ମୁନିନ୍ଦର ଧର୍ମାର୍ଥ ଟ୍ରଷ୍ଟ ସମ୍ବଲପୁର ଶାଖା ଆନୁକୂଲ୍ୟରେ ଏହି ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି । ମୁନିନ୍ଦର ଧର୍ମାର୍ଥ ଟ୍ରଷ୍ଟ ତରଫରୁ ସନ୍ଥ ରାମପାଲ ଜୀଙ୍କ ସମାଜ ସଂସ୍କାର, ଯୌତୁକ ମୁକ୍ତ ପ୍ରଥା, ସମାଜରୁ ଜାତିଭେଦ ଦୂର କରିବା ବାର୍ତ୍ତା ସମାଜରେ ପ୍ରଦାନ କରିବା ପାଇଁ ପ୍ରତିବର୍ଷ ଏଭଳି ନିଆରା ବିବାହ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ପୁଟିବନ୍ଧ ସ୍ଥିତ ନାମଦାନ କେନ୍ଦ୍ରରେ ଆୟୋଜିତ ଏହି ନିଆରା ତଥା ଆଦର୍ଶ ବିବାହରେ ଅନୁଗୁଳ ଜିଲା ଆଠମଲ୍ଲିକର ନିରଞ୍ଜନ ମୁଖି ଓ ବରଗଡ ଜିଲାର ଭଟଲିର ଝିଅ ଉମା ମେହେରଙ୍କ ସହିତ ଅନୁଷ୍ଠିତ ହୋଇଛି । ବିବାହଟି ସମ୍ପୁର୍ଣ୍ଣ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଥିବା ବେଳେ ବିନା ଯୌତୁକ, ବାଦ୍ୟ, ବରଯାତ୍ରୀରେ ସମ୍ପନ୍ନ ହୋଇଛି । ଏଭଳି ଆହୁରି ୨ଟି ବିବାହ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବେଳେ ତୃତୀୟ ଥର ପାଇଁ ଏଭଳି ବିବାହ ଅନୁଷ୍ଠିତ ହୋଇଛି । ମୁନିନ୍ଦର ଧର୍ମାର୍ଥ ଟ୍ରଷ୍ଟର ସନ୍ଥ ରାମପାଲ ଜୀଙ୍କ ଅନୁଗତଙ୍କ ଉପସ୍ଥିତିରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ମୁଖ୍ୟ ସେବାଦାର ଋଷି କୁମାର ଭୋଇ, ସମ୍ବଲପୁର ଜିଲା ଆବାହକ କ୍ଷିରୋଦ ପଧାନ, ବରଗଡ ଜିଲା ଆବାହକ ସରୋଜ ରଣାଙ୍କ ସମେତ ବରଗଡ, ଦେବଗଡ, ସମ୍ବଲପୁର, ଅନୁଗୁଳ ଜିଲାର ଅନେକ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories