www.samajalive.in
Monday, December 15, 2025
15.1 C
Bhubaneswar

ଆସନ୍ତାକାଲି ଜାତିସଂଘର ଉଚ୍ଚସ୍ତରୀୟ ବୈଠକରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ନ୍ୟୁୟର୍କ ସ୍ଥିତ ମିଳିତ ଜାତିସଂଘ ଆର୍ଥିକ ଓ ସାମାଜିକ ପରିଷଦ (ଇସିଓଏସଓସି)ର ଏକ ଉଚ୍ଚସ୍ତରୀୟ ବୈଠକକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ନରୱେର ପ୍ରଧାନମନ୍ତ୍ରୀ ଏବଂ ମିଳିତ ଜାତିସଂଘ ମହାସଚିବ ଶ୍ରୀ ଏଣ୍ଟୋନିଓ ଗୁଟେରେସଙ୍କ ସହ ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ ।

ବାର୍ଷିକ ଉଚ୍ଚସ୍ତରୀୟ ଅଧିବେଶନରେ ସରକାର, ଘରୋଇ କ୍ଷେତ୍ର, ଶିକ୍ଷାବୀତ, ନାଗରିକ ସମାଜର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଚଳିତ ବର୍ଷ ଉଚ୍ଚସ୍ତରୀୟ ଅଧିବେଶନର ବିଷୟବସ୍ତୁ ରହିଛି ‘କୋଭିଡ-୧୯ ପରେ ବହୁପକ୍ଷୀୟବାଦ: ୭୫ ବର୍ଷ ପୂର୍ତ୍ତି ଅବସରରେ ଆମକୁ କିଭଳି ଭାବେ ସଂଯୁକ୍ତ ରାଷ୍ଟ୍ରର ଆବଶ୍ୟକତା ରହିଛି। ’

- Advertisement -

ପରିବର୍ତ୍ତୀତ ଅନ୍ତର୍ଜାତୀୟ ପରିଦୃଶ୍ୟ ଏବଂ କୋଭିଡ-୧୯ ମହାମାରୀର ବର୍ତ୍ତମାନର ସଂକଟ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅଧିବେଶନ ବହୁପକ୍ଷବାଦର ମହତ୍ୱପୂର୍ଣ୍ଣ ଦିଗଗୁଡିକ ଉପରେ ଦୃଷ୍ଟି ଦେବ। ଦୃଢ଼ ନେତୃତ୍ୱ, ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ପ୍ରଭାବ ବୃଦ୍ଧି, ସହଭାଗିତା ବୃଦ୍ଧି ଏବଂ ବୈଶ୍ୱିକ ସାର୍ବଜନିନ ବସ୍ତୁଗୁଡିକର ବୃଦ୍ଧି ପାଉଥିବା ମହତ୍ୱ ଜରିଆରେ ବୈଶ୍ୱିକ ଏଜେଣ୍ଡାକୁ ଆଗକୁ ଅଗ୍ରସର କରାଇବାର ମାର୍ଗ ଏହି ଅଧିବେଶନରୁ ମିଳିପାରିବ।

ତେବେ ଏପରି ଅଧିବେଶନ ଆୟୋଜନର ବିଶେଷ ଗୁରୁତ୍ୱ ରହିଛି, କାରଣ ଜାତିସଂଘ ସୁରକ୍ଷା ପରିଷଦର ଅ-ସ୍ଥାୟୀ ସଦସ୍ୟ ୨୦୨୧-୨୨ର କାର୍ଯ୍ୟକାଳ ପାଇଁ ଭାବେ ଭାରତକୁ ସର୍ବସମ୍ମତିକ୍ରମେ ଚୟନ କରାଯିବା ପରେ ମିଳିତ ଜାତିସଂଘର ସଦସ୍ୟମାନଙ୍କୁ ଏଥିରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମ୍ବୋଧିତ କରିବେ। ମିଳିତ ଜାତିସଂଘ ପ୍ରତିଷ୍ଠାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଇସିଓଏସଓସି’ ର ଉଚ୍ଚସ୍ତରୀୟ ବୈଠକର ବିଷୟବସ୍ତୁ ଭାରତର ସୁରକ୍ଷା ପରିଷଦ ସଂପର୍କୀତ ପ୍ରାଥମିକତା ସହ ମଧ୍ୟ ସାମଞ୍ଜସ୍ୟ ରକ୍ଷା କରୁଛି, ଯେଉଁଥିରେ ଭାରତ କୋଭିଡ-୧୯ ପରବର୍ତ୍ତୀ ବିଶ୍ୱରେ ‘ପୁନର୍ଗଠିତ ବହୁପକ୍ଷବାଦ’ର ଆହ୍ୱାନ କରିଛି । ଇସିଓଏସଓସିର ସର୍ବପ୍ରଥମ ଅଧ୍ୟକ୍ଷ (୧୯୪୬ ମସିହାରେ ସାର ରାମାସ୍ୱାମୀ ମୁଦଲିୟାର) ଭାବେ ଭାରତର ଭୂମିକାକୁ ମଧ୍ୟ ସ୍ମରଣ କରାଯିବ। ପ୍ରଧାନମନ୍ତ୍ରୀ ଏହାପୂର୍ବରୁ ଜାନୁଆରୀ ୨୦୧୬ରେ ଇସିଓଏସଓସିର ୭୦ତମ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟବକ୍ତା ଭାବେ ଉଦବୋଧନ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories