www.samajalive.in
Sunday, December 7, 2025
14.1 C
Bhubaneswar

ସ୍ମାର୍ଟ ଇଣ୍ଡିଆ ହାକାଥନ ଗ୍ରାଣ୍ଡ ଫିନାଲେକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଉଦ୍‌ଯାପନୀ ସମାରୋହରେ ୨୯୦୦ ବିଦ୍ୟାଳୟ ୨୨୦୦ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀ ୫୩ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ୪୭୬ଟି ସମସ୍ୟା ସମାଧାନ ସୂତ୍ର ଖୋଜିବେ 

ସ୍ମାର୍ଟ ଇଣ୍ଡିଆ ହାକାଥନ ଗୁଡିକ ନବୋନ୍ମୋଷ ସଂସ୍କୃତି ଓ ଯୁବ ମାନସ ମଧ୍ୟରେ ସମସ୍ୟା ସମାଧାନ କୌଶଳ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ

 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ର ଭବ୍ୟ ଉଦ୍‌ଯାପନୀ ସମାରୋହକୁ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ସମ୍ବୋଧନ କରିବେ ।

ବିଶେଷକରି ଯୁବ ମାନସ ମଧ୍ୟରେ ନବୋନ୍ମୋଷର ଉତ୍ସାହ ଜାଗ୍ରତ କରିବା ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ହୋଇ ରହି ଆସିଛି । ଏହାକୁ ଆଖି ଆଗରେ ରଖି ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ) ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା। ଏସଆଇଏଚ୍ ଏକ ଦେଶବ୍ୟାପୀ ପଦକ୍ଷେପ ଯେଉଁଥିରେ କି ଛାତ୍ରଛାତ୍ରୀମାନେ ସମାଜ, ସଂଗଠନ ଓ ସରକାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସୁଯୋଗ ପାଇଥାନ୍ତି । ଏଗୁଡ଼ିକ ନବୋନ୍ମୋଷ ସଂସ୍କୃତିର ପରିଚାଳନା, ସମସ୍ୟା ସମାଧାନ ଓ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅନୁସନ୍ଧାନ କୌଶଳ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

- Advertisement -

ଏସଆଇଏଚର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏସଆଇଏଚରେ ପଞ୍ଜୀକୃତ ହେଉଥିବା ଦଳଗୁଡିକର ଚାରିଗୁଣ ବୃଦ୍ଧି ଏହାର ପ୍ରମାଣ। ପ୍ରଥମ ସଂସ୍କରଣରେ ୭୫୦୦ ଦଳ ଭାଗ ନେଇଥିବାବେଳେ ଚଳିତ ପଞ୍ଚମ ସଂସ୍କରଣରେ ଏହା ୨୯, ୬୦୦କୁ ବୃଦ୍ଧି ପାଇଛି ।

ଚଳିତ ବର୍ଷ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ପୃଷ୍ଠପୋଷକ ୨୦୨୨ ଏସଆଇଏଚର ଭବ୍ୟ ସମାରୋହରେ ଯୋଗଦେବା ପାଇଁ ୭୫ଟି ଏହାର ମୁଖ୍ୟ କେନ୍ଦ୍ରଗୁଡିକୁ ଯାତ୍ରା କରିଛନ୍ତି । ୨୯୦୦ ବିଦ୍ୟାଳୟ ଓ ୨୨୦୦ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ୫୩ଟି ମନ୍ତ୍ରଣାଳୟର ୪୭୬ଟି ବିଭିନ୍ନ ସମସ୍ୟାର ସମାଧାନ କରିବେ । ଏଥିରେ ମନ୍ଦିର ଗାତ୍ରରେ ଖୋଦେଇ ଶିଳାଲିପିର ଅପ୍‌ଟିକାଲ କ୍ୟାରେକ୍ଟର ରେକଗନିସନ(ଓସିଆର) ଓ ଦେବନାଗରୀ ଲିପିରେ ଅନୁବାଦ ଓ ନଷ୍ଟ ହୋଇଯାଉଥିବା ସାମଗ୍ରୀର ରକ୍ଷଣାବେକ୍ଷଣ ସୂତ୍ର, ପାହାଡ ଉପତ୍ୟକାର ଥ୍ରୀଡି ମଡେଲ ହାଇ ରିଜୋଲେସନ, ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଭିତ୍ତିଭୂମି ଓ ରାସ୍ତା ଅବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ । ସ୍ମାର୍ଟ ଇଣ୍ଡିଆ ହାକାଥନ୍‍ ୨୦୨୨ରେ ଓଡ଼ିଶାର ଗୁଣୁପୁର ସ୍ଥିତ ଜିଆଇଇଟି ବିଶ୍ୱବିଦ୍ୟାଳୟ ସାମିଲ ହୋଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଉଦ୍‍ଘାଟନ କରିଛନ୍ତି।

ଚଳିତବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନ-ଜୁନିୟର ମଧ୍ୟ ପ୍ରଦର୍ଶିତ ହୋଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବୋନ୍ମେଷ ସଂସ୍କୃତି ଓ ବିଦ୍ୟାଳୟସ୍ତରରେ ସମସ୍ୟା ସମାଧାନ ନେଇ ଦକ୍ଷ ହେବା ବା ଶିଖିବା ଏହାର ଉଦ୍ଦେଶ୍ୟ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories