ଡେସ୍କ: ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬/୧୧ ଘଟଣାକୁ ସ୍ମରଣ ପୂର୍ବକ ପ୍ରାଣବଳି ଦେଇଥିବା ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ନଭେମ୍ବର ୨୬କୁ ଆମେ କେବେ ହେଲେ ଭୁଲିପାରିବାନି। ଆଜିର ଦିନରେ ହିଁ ଦେଶ ଉପରେ ସବୁଠାରୁ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ମୁମ୍ବାଇ ସହ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲେ। କିନ୍ତୁ ଏହା ଭାରତର ସାମର୍ଥ୍ୟ ଯେ, ଆମେ ସେହି ଆକ୍ରମଣକୁ ପ୍ରତିହତ କଲୁ ଏବଂ ଏବେ ସମ୍ପୂର୍ଣ୍ଣ ସାହସର ସହିତ ଆତଙ୍କବାଦକୁ ମଧ୍ୟ ଦମନ କରିଚାଲିଛୁ। ଶ୍ରୀ ମୋଦୀ କହିଛନ୍ତି, ଏହି ଆକ୍ରମଣରେ ଆମର ଯେଉଁ ବୀରମାନେ ଶହୀଦ ହୋଇଥିଲେ, ଆଜି ଦେଶ ସେମାନଙ୍କୁ ସ୍ମରଣ କରୁଛି।
Popular Categories



