www.samajalive.in
Saturday, December 6, 2025
14.1 C
Bhubaneswar

ସମ୍ବିଧାନ ଦିବସରେ ବିକଶିତ ଭାରତର ସଙ୍କଳ୍ପ କଥା କହିଲେ ମୋଦୀ

ଡେସ୍କ: ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନ ଦିବସରେ ବିକଶିତ ଭାରତର ସଙ୍କଳ୍ପ କଥା କହିଛନ୍ତି। ସେ କହିଛନ୍ତି,’୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ। ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ। ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ। ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି। ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା।’

ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ବିଧାନ ପ୍ରଣୟନରେ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା। ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା ସମ୍ବିଧାନ ସଭାର ସବୁଠାରୁ ବୟସ୍କ ସଭ୍ୟ ଥିଲେ। ୬୦ରୁ ଅଧିକ ଦେଶର ସମ୍ବିଧାନଗୁଡ଼ିକର ଅଧ୍ୟୟନ ଏବଂ ସୁଦୀର୍ଘ ଆଲୋଚନା ପରେ ଆମ ସମ୍ବିଧାରର ଡ୍ରାଫ୍ଟ ତିଆରି ହୋଇଥିଲା। ଡ୍ରାଫ୍ଟ ତିଆରି ହେବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବା ପୂର୍ବରୁ ସେଥିରେ ୨ ହଜାରରୁ ଅଧିକ ସଂଶୋଧନ କରାଯାଇଥିଲା। ୧୯୫୦ ମସିହାରେ ସମ୍ବିଧାନ କାର୍ଯ୍ୟକାରୀ ହେବାପରେ ମଧ୍ୟ ଆଜି ପର୍ଯ୍ୟନ୍ତ ମୋଟ ୧୦୬ ଥର ସମ୍ବିଧାନରେ ସଂଶୋଧନ କରାଯାଇଛି। ସମୟ, ପରିସ୍ଥିତି, ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାର ଭିନ୍ନ ଭିନ୍ନ ସମୟରେ ଏଥିରେ ସଂଶୋଧନ କଲେ। କିନ୍ତୁ ଏହା ଦୁର୍ଭାଗ୍ୟର ବିଷୟ ଯେ, ସମ୍ବିଧାନରେ ପ୍ରଥମ ସଂଶୋଧନ ଫ୍ରିଡମ୍ ଅଫ୍ ସ୍ପିଚ୍ ଏବଂ ଫ୍ରିଡମ୍ ଅଫ୍ ଏକ୍ସପ୍ରେସନର ଅଧିକାରକୁ ସୀମିତ କରିବା ପାଇଁ କରାଯାଇଥିଲା। ଅନ୍ୟପକ୍ଷରେ ସମ୍ବିଧାନର ୪୪ତମ ସଂଶୋଧନ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଇଥିଲା।

- Advertisement -

ଶ୍ରୀ ମୋଦୀ କହିଛନ୍ତି, ସମ୍ବିଧାନ ସଭାରେ ୧୫ ଜଣ ମହିଳା ଥଲେ। ସେମାନଙ୍କ ମଧ୍ୟରୁ ଜଣେ ସଦସ୍ୟା ହଂସା ମେହେତା ମହିଳାମାନଙ୍କ ଅଧିକାର ଏବଂ ସେମାନଙ୍କ ପାଇଁ ନ୍ୟାୟ ସପକ୍ଷରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ। ସେତେବେଳେ ଭାରତ ସେଭଳି କିଛି ଦେଶମାନଙ୍କ ସହ ସମକକ୍ଷ ଥିଲା, ଯେଉଁଠି ସମ୍ବିଧାନ ଜରିଆରେ ମହିଳାମାନଙ୍କୁ ମତଦାନର ଅଧିକାର ଦିଆଯାଇଥିଲା। ରାଷ୍ଟ୍ର ଗଠନରେ ଯଦି ସମସ୍ତଙ୍କ ଯୋଗଦାନ ରହିବ, ତେବେ ଯାଇ ସମସ୍ତଙ୍କ ବିକାଶ ହୋଇପାରିବ। ସମ୍ବିଧାନ ନିର୍ମାତାମାନଙ୍କ ସେହି ଦୂରଦୃଷ୍ଟିକୁ ଅନୁସରଣ କରି ଏବେ ଭାରତର ସଂସଦ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମ ଗଣତନ୍ତ୍ରର ସଂକଳ୍ପ ଶକ୍ତିର ଏକ ଉଦାହରଣ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories