www.samajalive.in
Monday, December 15, 2025
15.1 C
Bhubaneswar

ଗୋଟିଏ ସପ୍ତାହ ମଧ୍ୟରେ ଆଜି ଦ୍ବିତୀୟ ଥର କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ : ମହାମାରୀ କରୋନା ସଙ୍କଟ ମଧ୍ୟରେ ଆଜି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏହା ଦ୍ବିତୀୟ ବୈଠକ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସ ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂରଣ ପରେ ଏହା ଦ୍ବିତୀୟ କ୍ୟାବିନେଟ୍ ବୈଠକ । ଆଜି ବସୁଥିବା କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି  ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

ନିକଟରେ ମୋଦୀ ସରକାରଙ୍କ ୨.୦ର  ଏକ ବର୍ଷ ପୂରଣ ହୋଇଛି । ଏଭଳି ପରିସ୍ଥିତିରେ ସୋମବାର ଏକ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କରୋନା ସଙ୍କଟ ସମୟରେ ଏମଏସଏମଇ କ୍ଷେତ୍ର ଏବଂ କୃଷକମାନଙ୍କ ପାଇଁ ମୋଦୀ ସରକାର ବଡ ନିଷ୍ପତ୍ତି ନେଇଥିଲେ । ଏମଏସଏମଇରେ ମଧ୍ୟମ ଶିଳ୍ପ ପାିଁ ପୁଞ୍ଜି ବିନିଯୋଗର ପରିମାଣ ୨୦ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ଏଣୁ ଆଜି ଦ୍ବିତୀୟ କ୍ୟାବିନେଟ ବୈଠକରେ ଆଉକିଛି ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

- Advertisement -

ଅନ୍ୟପଟେ ଦେଶରେ କରୋନା ସଙ୍କଟ ସମୟରେ ପକୃତି ମଧ୍ୟ ତାର କରାଳ ରୂପ ଦେଖାଉଛି । କିଛି ଦିନ ପୂର୍ବେ ମହାବାତ୍ୟା ଅମ୍ଫନ ଓଡିଶା ଏବଂ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ବାତ୍ୟା ନିସର୍ଗ ମହାରାଷ୍ଟ୍ର ଓ ଗୁଜରାଟରେ ମାଡ ହେବ । ଏଣୁ ଏହା ଉପରେ ମଧ୍ୟ ଆଜିର କ୍ୟାବିନେଟ ବୈଠକରେ ଆଲୋଚନା ହେବ ବୋଲି କୁହାଯାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories