ପାରିଷଦ ମାନଙ୍କ ଅନଶନ ; ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପୌରାଧ୍ୟକ୍ଷାଙ୍କ ଆହ୍ୱାନ

୧୫ ଦଫା ଦାବିରେ ପାରିଷଦ ମାନଙ୍କ ଅନଶନ

ଦେବଗଡ଼ : ୧୫ ଦଫା ଦାବି ନେଇ ଦେବଗଡ ପୌର ପରିଷଦର ପାରିଷଦ ମାନେ ଗତ ୨୫ ତାରିଖଠାରୁ ପୌର ପରିଷଦ କାର୍ଯ୍ୟାଳୟରେ ଆରମ୍ଭ କରିଥିବା ଆମରଣ ଅନଶନ ପରିପ୍ରେକ୍ଷୀରେ ମୁହଁ ଖୋଲିଛନ୍ତି ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ । ଆଜି ସଂଧ୍ୟାରେ ବିଜେଡି ପକ୍ଷରୁ ଜିଲା ବିଜେଡି ସଭାପତି ରୋମାଂଚ ରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରୀୟା ରଖି ଶ୍ରୀମତି ଦେଇ କହିଛନ୍ତି ଯେ, ଯେଉଁକଥା ନଖରେ ଛିଣ୍ଡିବା କଥ।, ତାହା କୁରାଢୀ ମୁହଁକୁ ନିଆଯାଉଛି । ପୌର ପରିଷଦରେ ଦୁର୍ନୀତି ହୋଇଥିବା ନେଇ କାଉନସିଲର ମାନେ ଯେଉଁ ୧୫ ଦଫା ଅଭିଯୋଗ କରି ଅମରଣ ଅନଶନ ଚଳାଇଛନ୍ତି ସେଥିମଧ୍ୟରୁ ୧୩ ଟି ନୂତନ କାଉନସିଲ ହେବା ପୂର୍ବରୁ ହୋଇଛି । ଯାହାର ତଦନ୍ତ କରିବା ପାଇଁ ସେ ନିଜେ ମଧ୍ୟ ଚାହୁଁଛନ୍ତି ବୋଲି ପୌରାଧ୍ୟକ୍ଷା ଶ୍ରୀମତି ଦେଇ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କହିଛନ୍ତି । ସେହିପରି ଉନ୍ନୟନ କାର୍ଯ୍ୟ ବାବଦକୁ ଯେଉଁ ୪୦ ପ୍ରତିଶତ ପ୍ରାପ୍ୟ ପ୍ରଦାନ କରାଯାଇନାହିଁ ତାହା ବିଭିନ୍ନ ଅଭିଯୋଗ ଯୋଗୁଁ ହୋଇପାରିନଥିବା ସେ ପ୍ରକାଶ କରିବା ସହ ଏନେଇ ମଧ୍ୟ ପ୍ରକ୍ରିୟା ଜାରି ରହିଥିବା ଦର୍ଶାଇଛନ୍ତି । ସେହିପରି ଦୈନିକ ବଜାର, ପ୍ରଧାନପାଟ ଶୌଚାଳୟ ଏବଂ ପ୍ରଧାନପାଟ ପାର୍କିଂ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ନେଇ କାଉନସିଲର ମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ ବୋଲି ଦର୍ଶାଇବା ସହ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଚିଠି କରାଯାଇ ସମସ୍ତ ସରକାରୀ ନୀତି ନିୟମକୁ ଅନୁସରଣ କରାଯାଇ ଟେଣ୍ଡର ପ୍ରକ୍ରିୟା ସମ୍ପାଦନ କରାଯାଇଥିବା ମଧ୍ୟ ସେ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟିକରଣ ଦେଇଛନ୍ତି।

prayash

ଅନ୍ୟପକ୍ଷରେ ଦଳକୁ ଏବଂ ତାଙ୍କୁ ବଦନାମ କରିବା ପାଇଁ ସମ୍ପୃକ୍ତ କାଉନସିଲର ମାନେ ଏଭଳି ଆମରଣ ଅନଶନ କରୁଥିବା ଦର୍ଶାଇ ସେମାନଙ୍କ ମନରେ ଯେଉଁ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି ତାକୁ ପରିହାର କଲେ ସମସ୍ତ କଥା ଜାଣିପାରିବେ। ସେହିପରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଆଚୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ଦେଇ ଅନଶନରତ କାଉନସିଲର ମାନଙ୍କୁ ଆହ୍ୱାନ ଦେଇଛନ୍ତି । ଆଜିର ଏହି ସମ୍ବାଦିକ ସମ୍ମିଳନୀରେ କାଉନସିଲର ଜତିନ କୁମାର ନାୟକ, ଜିଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଇଂ. ସୁଜିତ କୁମାର ପ୍ରଧାନ, ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କର ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ତିଲେଇବଣି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଭୁତି ଗଙ୍ଗଦେବ ଓ ଦେବଗଡ ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ବିକାଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି କାଉନସିଲର ପ୍ରମିଳା ବେହେରା, ସଞ୍ଜୁକ୍ତା ଆଚାର୍ଯ୍ୟ ଓ ବାସନ୍ତୀ ମଣି ମାଝୀ, ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁଙ୍କ ସମେତ ବିଜେଡି ଓ ଯୁବ ବିଜେଡିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଇଂ. ସୁଜିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ପୌର ପରିଷଦରେ ବିଭିନ୍ନ ଅନିୟମିତତା ଏବଂ ଦୁର୍ନୀତି ହୋଇଥିବା ଦର୍ଶାଇ ୧୫ ଦଫା ଦାବୀରେ ଦେବଗଡ ପୌର ପରିଷଦର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ସ୍ୱାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା , ବିଜେପି କାଉନସିଲର ମଧୁସୂଦନ ବାଘ, ପିଙ୍କି ସାହୁ, ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର ଓ କାର୍ତ୍ତିକ ମହାକୁଳ ପ୍ରମୁଖ ୭ ଜଣ କାଉନସିଲର ଗତ ୨୫ ତାରିଖ ଦିନ ଦେବଗଡ ପୌର ପରିଷଦ କାର୍ଯ୍ୟାଳୟ ବାରଣ୍ଡାରେ ଆମରଣ ଅନଶନ ଆରମ୍ଭ କରିଥିବା ବେଳେ ଗତକାଲି ୨ ଜଣ ମହିଲା ପାରିଷଦ ଗୁରୁତର ଅସୁସ୍ଥ ହେବାରୁ ଚିକିତ୍ସା ନିମନ୍ତେ ସେମାନଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଛି । ଅନ୍ୟ ପକ୍ଷରେ ଜିଲାପ୍ରଶାସନ କିମ୍ବା ପୌର କର୍ତ୍ତୃପକ୍ଷ ସେମାନଙ୍କୁ ଅଣଦେଖା କରୁଥିବା ଦର୍ଶାଇ ତୁରନ୍ତ ଦାବି ପୁରଣ ପାଇଁ ଆଜି ଜିଲା ବିଜେପି ଯୁବ ମୋର୍ଚ୍ଚା ଓ ଅନୁସୂଚିତ ମୋର୍ଚ୍ଚା ପକ୍ଷରୁ ୨ ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା । ସେହିପରି ସଂଧ୍ୟାରେ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ସମୁହ ଧାରଣା ଦିଆଯାଇଥିଲା।

kalyan agarbati

Comments are closed.