ତିନି ସେନାର ମିଳିତ ସାମ୍ବାଦିକ ସମ୍ମିଳନୀ: ଆମେ ସବୁ ପରିସ୍ଥିତିରେ ଯୁଦ୍ଧ ପାଇଁ ପ୍ରସ୍ତୁତ
![](https://samajalive.in/wp-content/uploads/2019/02/sena.jpg)
ନୂଆଦିଲ୍ଲୀ ..- ଭାରତୀୟ ସ୍ଥଳସେନା , ବାୟୁ ସେନା ଓ ନୌସେନା ପକ୍ଷରୁ ଦେଶର ରାଜଧାନୀ ଦିଲ୍ଲୀରେ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସବୁ ପରିସ୍ଥିରେ ତିନି ସେନା ବାହିନୀ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା କଥା ପ୍ରକାଶ କରିଛନ୍ତି। ପାକିସ୍ତାନ ସହ ସବୁ ପ୍ରକାର ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା କଥା ତିନି ସେନା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ସେନା ଆତଙ୍କବାଦୀ ଶିବିରମାନଙ୍କ ଉପରେ ଆକ୍ରମଣ ପାଇଁ ସର୍ବଦା ପ୍ରସ୍ତୁତ ରହିଥିବା କଥା ପ୍ରକାଶ କରିଛି । ଏବେ ଦେଖାଦେଇଥିବା ପିରସ୍ଥିତି ପାଇଁ ପାକିସ୍ତାନ ଦାୟୀ ବୋଲି ସେନାର ମେଜର ଜେନେରାଲ ଏସ୍ ଏସ୍ ମହାଲ କହିଛନ୍ତି । ଶତ୍ରୁ ଯଦି ଉସକାଉଛି ଭାରତ ଏହାର ଜବାବ ଦେବା ପାଇଁ ସର୍ବଦା ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି । ସମସ୍ତ ପ୍ରକାର ଯାନ୍ତ୍ରୀକ ବଳ ସହ ସେନା ବାହିନୀକୁ ଏଥିପାଇଁ ପ୍ରସ୍ତୁତ ରଖାଯାଇଛି ।
![prayash](https://samajalive.in/wp-content/uploads/2024/12/prayash.jpg)
ପାକିସ୍ତାନ ବାୟୁସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ଭାରତକୌଣସି କ୍ଷତି ହୋଇ ନାହିଁ । ଭାରତର ସୈନ୍ୟ ଠିକଣା ଉପରେ ଜାଣି ଶୁଣି ଏହି ଆକ୍ରମଣ କରାଯାଇଥିଲା ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି ।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)