ରାଷ୍ଟ୍ରପତି ନିର୍ବାଚନ: ମମତା, ଅଖିଳେଶ ଓ ମଲିକାର୍ଜୁନଙ୍କ ସହ କଥାହେଲେ ରାଜନାଥ
ଡେସ୍କ: କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ସୁଶ୍ରୀ ବାନାର୍ଜୀ ମିଳିତ ବିରୋଧୀ ମଞ୍ଚ ସହମତି ଭିତ୍ତିରେ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ବିଷୟ କହିଥିଲେ। ଏହାଛଡା ଶ୍ରୀ ସିଂହ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲୀକାର୍ଜୁନ ଖାଡ଼ଗେ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ମଧ୍ୟ ଆଲୋଚନା କରିଥିବା ସୂଚନା ମିଳିଛି। ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ସିଂହ ଏହି ତିନି ନେତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ଓ ପ୍ରାର୍ଥୀ ଚୟନ ନେଇ ମତାମତ ଲୋଡିଛନ୍ତି।
ଏହି ତିନି ନେତା ରାଷ୍ଟ୍ରପତି ନିର୍ବାଚନରେ ସରକାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ଘୋଷଣା କରିବାକୁ କହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ, କଂଗ୍ରେସର ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ସେ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଓ ମିଳିତ ପ୍ରାର୍ଥୀ ଚୟନ ପାଇଁ ଅନ୍ୟ ଦଳ ସହ ଖୁବ ଶୀଘ୍ର ଶ୍ରୀମତୀ ଗାନ୍ଧୀ ଆଲୋଚନା କରିବେ। ସେ କହିଛନ୍ତି, ଚଳିତ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ପ୍ରମୁଖ ଭୂମିକା ଗ୍ରହଣ କରିବ।
Comments are closed.