ଖରାପ ପାଗ ଯୋଗୁଁ ଦ୍ରାସ ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀ ସ୍ଥଳୀକୁ ରାଷ୍ଟ୍ରପତିଙ୍କ ଗସ୍ତକୁ ବାତିଲ କରାଯାଇଛି। ଦ୍ରାସଠାରେ ୨୨ତମ କାର୍ଗିଲ ବିଜୟ ଦିବସ ଉତ୍ସବରେ ଲଦାଖ ଉପରାଜ୍ୟପାଳ ଆର୍.କେ. ମାଥୁର ଅଧ୍ୟକ୍ଷତା କରିଛନ୍ତି। ସେ ୧୯୯୯ କାର୍ଗିଲ ଯୁଦ୍ଧର ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଲେହର ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପରାଜ୍ୟପାଳ ଦେଖିଛନ୍ତି। ଶହୀଦ ଯବାନମାନଙ୍କ ପରିବାରକୁ ସେ ଉପହାର ମାନ ଦେଇଛନ୍ତି।
Popular Categories



