ଆରଡି: ମହାନତା ଦେଖାଇଲା ଯୁକ୍ତ୨ରେ ପଢୁଥିବା ଛାତ୍ର ତଥା ଭଦ୍ରକ ଜିଲା ଆରଡି ନିକଟସ୍ଥ ସୁନ୍ଦରପୁର ଗାଁ ସୁଦାମ ସାହୁ।
କଲେଜରୁ ଫେରୁଥିବା ବେଳେ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତାରେ ଏକ ଭ୍ୟାନିଟ ବ୍ୟାଗ ପଡିଥିବା ଦେଖି ଉଠାଇଥିଲା ସୁଦାମ। ଭ୍ୟାନିଟବ୍ୟଶଗରେ ବହୁଗୁଡିଏ ୫ଶହ ଟଙ୍କିଆ ନୋଟ ସହ ମୋବାଇଲ ଓ କେତେକ ଦରକାରୀ କାଗଜପତ୍ର ରହିଥିଲା। ବ୍ୟାଗ ଫେରାଇବା ପାଇଁ ଏଣେତେଣେ ଅନାଇଥିଲେ ମଧ୍ୟ ରାସ୍ତାରେ କେହି ନଥିଲେ। ଶେଷରେ ଭ୍ୟାନିଟବ୍ୟାଗରେ ଥିବା ଫୋନରେ କଲ କରିବା ପାଇଁ ଚେଷ୍ଟା କରିଥିଲେ ସୁଦାମ , ହେଲେ ଫୋନଟି ସୁଇଚ ଅଫ ହୋଇଯାଇଥିବାରୁ ଲାଗି ନଥିଲା । ଶେଷରେ ଫୋନ ଚାର୍ଜ କରି ଲଗାଇବାରୁ ହଜାଇଥିବା ବ୍ୟକ୍ତି ଓ ତାଙ୍କ ସର୍ମ୍ପକୀୟ ତାହା ନେବା ପାଇଁ ତାଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ସୁଦାମ ତାଙ୍କର ଭ୍ୟାନିଟବ୍ୟାଗ ସମେତ ଟଙ୍କା, ମୋବାଇଲ ଫେରାଇଦେଇଥିଲେ।
ଆଜିର ସମାଜରେ କେତେକ ଲୋକ ପାଇଥିବା ଟଙ୍କା ଓ ମୋବାଇଲର ଲୋଭାଶକ୍ତ ହୋଇ ଫେରୁନଥିବା ବେଳେ ସୁଦାମ ଏପରି ଭଲ କାର୍ଯ୍ୟ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା କହିଛନ୍ତି ଗାଁର ପୁରୁଖା ଲୋକ।ଭଦ୍ରକର ଶୁଶାନ୍ତ ନାୟକ ଆଜି ପବିତ୍ର ଶ୍ରାବଣମାସର ସୋମବାରରେ ମାନସିକ ପୂଜାର୍ଚ୍ଚନା ପାଇଁ ଆଖଣ୍ଡଳମଣିଙ୍କପୀଠକୁ ଆସିଥିଲେ ଏବଂ ସେଠାରେ ଅନ୍ୟମନସ୍କ ଯୋଗୁ ଭ୍ୟାନିଟବ୍ୟାଗଟି ହଜି ଯାଇଥିଲା ବୋଲି ପ୍ରକାଶ କରିଛନ୍ତି।



