ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆସନ୍ତା ସୋମବାରଠାରୁ ଏକ ତ୍ରିରାଷ୍ଟ୍ରୀୟ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାଶ୍ଚାତ୍ୟ ସଚିବ ଗୀତେଶ ଶର୍ମା ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି, ସେପ୍ଟେମ୍ବର ୯ ତାରିଖରୁ ୧୭ ତାରିଖ ପର୍ଯ୍ରନ୍ତ ରାଷ୍ଟ୍ରପତି ଆଇସ୍ଲ୍ୟାଣ୍ଡ୍, ସ୍ୱିଜର୍ଲ୍ୟାଣ୍ଡ୍ ଓ ସ୍ଲୋଭାନିଆ ଗସ୍ତ କରିବେ। ସେ କହିଛନ୍ତି, ଏହି ଗସ୍ତ ଜଳବାୟୁ ପରିବର୍ତ୍ତନ, ସବୁଜ ପ୍ରଯୁକ୍ତି ବିଦ୍ୟା, ଭୂତାପଜ ଶକ୍ତି, ସଂସ୍କୃତି, ପର୍ଯ୍ୟଟନ ଓ କୃଷି କ୍ଷେତ୍ରରେ ପାରସ୍ପରିକ ବୁଝାମଣାକୁ ପରିବ୍ୟାପ୍ତ କରିବ। ରାଷ୍ଟ୍ରପତି ଆଇସ୍ଲ୍ୟାଣ୍ଡ୍ ଓ ସ୍ୱିଜରଲ୍ୟାଣ୍ଡରେ ସେହି ଦୁଇ ଦେଶର ବିଶ୍ୱବିଦ୍ୟାଳୟର ଯୁବପିଢ଼ିକୁ ଉଦବୋଧନ ଦେବେ।
ବାପୁଜୀଙ୍କ ୧୫୦ତମ ଜନ୍ମ ବାଷିର୍କୀ ଅବସରରେ ସେ ସ୍ୱିଜରଲ୍ୟାଣ୍ଡର ଜାତିର ପିତା ମହାତ୍ମାଗାନ୍ଧିଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।୧୯୯୧ ମସିହାରେ ସ୍ଲୋଭାନିଆ ସ୍ୱାଧୀନ ହେବା ପରଠାରୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଗସ୍ତ ହେବ। ରାଷ୍ଟ୍ରପତିଙ୍କ ସହିତ ଯାତ୍ରା କରୁଥିବା ବ୍ୟବସାୟ ପ୍ରତିନିଧି ଦଳ ସେହିସବୁ ଦେଶର ପ୍ରତିପକ୍ଷଙ୍କ ସହ ବାଣିଜ୍ୟିକ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରିବେ।



