www.samajalive.in
Saturday, December 6, 2025
15.1 C
Bhubaneswar

ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କାର୍ଯ୍ୟକ୍ରମ ଚୂଡ଼ାନ୍ତ

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କାର୍ଯ୍ୟକ୍ରମକୁ ନେଇ ଆସନ୍ତା ୪ ତାରିଖ ଦିନ ରାଷ୍ଟ୍ରପତିଙ୍କ ନୀତି ନିର୍ଘଣ୍ଟ ଚିଠା ପ୍ରସ୍ତୁତ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ତଥା ବ୍ୟବସ୍ଥାକୁ ଛତିଶାନିଯୋଗ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ, ପୂର୍ବଦିନ ଅର୍ଥାତ ୩ ତାରିଖରେ ରାତି ୧୨ଟାରେ ପହୁଡ଼ନୀତି ସମାପନ ପାଇଁ ସ୍ଥିର ହୋଇଛି। ସେହିପରି ୪ ତାରିଖ ଭୋର ୫ଟାରୁ ଦ୍ବାରଫିଟା ପାଇଁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ସକାଳ ୫ଟା ୩୦ରେ ଭିତରଶୋଧ, ୬ଟାରେ ମଙ୍ଗଳ ଆଳତି,୬ଟା ୩୦ରେ ମଇଲମ, ୭ଟାରେ ତଡ଼ପଲାଗି, ୭ଟା ୪୫ରେ ଅବକାଶ, ୮ଟାରେ ରୋଷ ହୋମ ଏବଂ ୮ଟା ୩୦ରେ ଶ୍ରୀଜୀଉଙ୍କ ବେଶ ଶେଷ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ସମୟ ୮ଟା ୪୫ରୁ ଶ୍ରୀମନ୍ଦିର ଶୋଧ କାର୍ଯ୍ୟ ଆରମ୍ଭ ହେବା ସହ ଭିତରବେଢ଼ାରୁ ଭକ୍ତଙ୍କୁ ବାହାର କରାଯିବ।
ରାଷ୍ଟ୍ରପତି ୧୦ଟା ୧୫ରୁ ପ୍ରାୟ ୧୧ଟା ମଧ୍ୟରେ ଶ୍ରୀଜୀଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ତାଙ୍କର ଶ୍ରୀମନ୍ଦିରରେ ପ୍ରବେଶଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି କହିଛନ୍ତି। ରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ପରେ ଅବଶିଷ୍ଟ ଦୈନନ୍ଦିନ ନୀତି ସମ୍ପାଦନ କରାଯିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ରାଷ୍ଟ୍ରପତି ଗର୍ଭ ଗୃହରେ ଦର୍ଶନ କରିବା ସମୟରେ ସମ୍ପୃକ୍ତ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସେବକ ଗର୍ଭ ଗୃହରେ ନ ରହିବାକୁ ଅନୁରୋଧ କରାଯାଇଛି। ସେବକମାନେ ଧାର୍ଯ୍ୟ ନୀତିକାନ୍ତି ଅନୁସାରେ ନୀତିସମାପନ କରିବା ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ବଳୟଠାରୁ ଦୂରତା ରକ୍ଷା କରି ଶୃଙ୍ଖଳା ରଖିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବିସ୍ତୃତ ବ୍ୟବସ୍ଥାକୁ ଛତିଶାନିଯୋଗ ଅନୁମୋଦନ ପ୍ରଦାନ କରିଥିବାବେଳେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏହି ବ୍ୟବସ୍ଥାକୁ ଠିକଣା ଭାବେ ଅନୁପାଳନ ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories