www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ସଂସଦକୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ତମ ରାଜ୍ୟସଭା ର ମିଳିତ ଅଧିବେଶନରେ ଉଦବୋଧନ ରଖିବେ । ନିଜର ଉଦବୋଧନ ବେଳେ ମହାମହିମ ରାଷ୍ଟ୍ରପତି ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ୍ ମ୍ୟାପ୍ ସମ୍ପର୍କରେ ସୂଚନା ଦେଇପାରନ୍ତି। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନକୁ ସମ୍ବୋଧନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ଭବନରୁ ଅଶ୍ଵବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ସଂସଦକୁ ଆସିବେ ରାଷ୍ଟ୍ରପତି। ନୂଆ ସଂସଦ ଭବନର ଗଜ ଦ୍ଵାର ଦେଇ ରାଷ୍ଟ୍ରପତି ପ୍ରବେଶ କରିବେ। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏବଂ ଉଭୟ ଗୃହର ପ୍ରିଜାଇଡିଂ ଅଫିସର ସ୍ଵାଗତ କରିବେ। ସମ୍ବିଧାନର ଧାରା ୧୮ ଅନୁସାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ପରେ ସଂସଦର ମିଳିତ ଅଧିବେଶନ କୁ ରାଷ୍ଟ୍ରପତି ସମ୍ବୋଧିତ କରିବାର ନିୟମ ରହିଛି। ଦୁଇ ଦିନ ହେବ ଲୋକସଭାର ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହୋଇସାରିଥିବାବେଳେ ଆଜିଠୁ ଆରମ୍ଭ ହେବ ରାଜ୍ୟସଭାର ଗୃହକାର୍ଯ୍ୟ। ସେପଟେ ଜୁଲାଇ ୨ ଏବଂ ୩ ତାରିଖରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories