www.samajalive.in
Sunday, December 7, 2025
26.1 C
Bhubaneswar

ଆତ୍ମବିଶ୍ୱାସ ଦ୍ୱାରା ଆତ୍ମନିର୍ଭରତା ଆଡକୁ ଆଗେଇବ ଭାରତ – ରାଷ୍ଟ୍ରପତି କୋବିନ୍ଦ

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, କୋଭିଡ ୧୯ ଟିକା ବିକଶିତ କରାଇବାରେ ଭାରତୀୟ ବୈଜ୍ଞାନିକ ଓ ବୈଷୟିକବିତ୍‍ମାନଙ୍କ ସଫଳତା ବିକଶିତ କୋଭିଡ୍‍ ଟିକା ବିଶ୍ୱର କଲ୍ୟାଣ ଭାବନାଦ୍ୱାରା ପ୍ରେରିତ। ରାଷ୍ଟ୍ରପତି ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ଅର୍ଥନୀତି, ଭିତ୍ତିଭୂମି, ଜନସଂଖ୍ୟାତତ୍ତ୍ୱ, ଗଣତନ୍ତ୍ର ଓ ଯୋଗାଣ ଶୃଙ୍ଖଳ ଭଳି ୫ଟି ସ୍ତମ୍ଭ ଉପରେ ପର୍ଯ୍ୟବଶିତ। ସେ ଆହୁରି କହିଛନ୍ତି, ଆତ୍ମନିର୍ଭର ଭାରତ ପରିକଳ୍ପନାର ଅର୍ଥ ଆତ୍ମକେନ୍ଦ୍ରୀକ ବ୍ୟବସ୍ଥା ଆପଣାଇବା ନୁହେଁ ବରଂ ଏହା ହେଉଛି ଆତ୍ମବିଶ୍ୱାସ ଦ୍ୱାରା ଆତ୍ମନିର୍ଭରତା ଆଡକୁ ଆଗେଇବା।

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ-୨୦୨୧ର ସମାବର୍ତ୍ତନ ସମ୍ବୋଧନ ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି। କୋଭିଡ ୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ବିଶାଳ ଆହ୍ୱାନର ମୁକାବିଲା ପରେ ଭାରତ ସମଗ୍ର ବିଶ୍ୱରେ ଅଗ୍ରଣୀ ଭୂମିକା ନେଇଛି ବୋଲି ଶ୍ରୀ କୋବିନ୍ଦ କହିଛନ୍ତି। ଭାରତ ପ୍ରାୟ ୧୫୦ ଦେଶକୁ ଔଷଧପତ୍ର ବିତରଣ କରି ଏହି ଦେଶ ବିଶ୍ୱର ଭେଷଜାଳୟ ସଦୃଶ ପରିଲକ୍ଷିତ ହୋଇଛି ବୋଲି ସେ କହିଛନ୍ତି। କୋଭିଡ ୧୯ ମହାମାରୀ ଦ୍ୱାରା ଗମନାଗମନ କ୍ଷେତ୍ର ବ୍ୟାପକଭାବେ ବିପର୍ଯ୍ୟସ୍ତ ହୋଇଛି। ଏହିଭଳି କଠିନ ସମୟରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଇବା କ୍ଷେତ୍ରରେ ବୈଦେଶିକ ବ୍ୟପାର ମନ୍ତ୍ରଣାଳୟ ଓ ଭାରତୀୟ ମିଶନର ଭୂମିକାକୁ ଶ୍ରୀ କୋବିନ୍ଦ ପ୍ରଶଂସା କରିଛନ୍ତି।

- Advertisement -

ଏହି ମହାମାରୀର ପ୍ରତିକ୍ରିୟା ସ୍ୱରୂପ ବିଭିନ୍ନ ଦେଶରେ ରହୁଥିବା ଭାରତୀୟ ସମୁଦାୟ ଏକଜୁଟ୍‍ ହୋଇ ଗୁରୁତ୍ୱପୂର୍ଣ୍ଣ ଔଷଧ ବିତରଣ, ଫସି ରହିଥିବା ଛାତ୍ରଛାତ୍ରୀମାନଙ୍କ ସହାୟତା, ବୟୋଜ୍ୟେଷ୍ଠମାନଙ୍କ ଯତ୍ନ, ପାଣ୍ଠି ସଂଗ୍ରହ ଏବଂ ଅସହାୟମାନଙ୍କୁ ଖାଦ୍ୟ ଯୋଗାଣ ଆଦି କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିଛନ୍ତି। ଏବେ ବିଶ୍ୱର କୋଣଅନୁକୋଣରେ ପ୍ରାୟ ୩କୋଟି ଭାରତୀୟ ବସବାସ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।

ପ୍ରବାସୀ ଭାରତ ଦିବସ ବ୍ୟକ୍ତିଗତ ଏବଂ ସାମୁହିକ ଜୀବନଯାପନ ନିମନ୍ତେ ମହାତ୍ମାଗାନ୍ଧୀଙ୍କ ବିଚାରଧାରାକୁ ସ୍ମରଣ କରିବାର ଏକ ଅବକାଶ ମଧ୍ୟ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି। ଗାନ୍ଧିଜୀ ଭାରତୀୟତା, ଅହିଂସା, ନୀତି, ସରଳତା ଏବଂ ଦୀର୍ଘସ୍ଥାୟୀ ବିକାଶ ଉପରେ ଯେଉଁ ଗୁରୁତ୍ୱ ଦେଇଆସୁଥିଲେ ସେସବୁ ବିଚାରାଧାରା ଆମକୁ ଆଗେଇ ନେବାର ସହାୟକ ହେଉଛି। ୧୯୧୫ମସିହାରେ ମହାନତମ ପ୍ରବାସୀ ଭାରତୀୟ ମହାତ୍ମାଗାନ୍ଧୀ ଭାରତ ଫେରିଥିଲେ। ଦେଶ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ପୁଣି ଥରେ ଏକ ସୂତ୍ରରେ ବାନ୍ଧିବା ପାଇଁ ଭାରତରତ୍ନ ଅଟଳବିହାରୀ ବାଜପେୟୀ ଯେଉଁ ପ୍ରୟାସ କରିଥିଲେ ସମଗ୍ର ରାଷ୍ଟ୍ର ସେଥିପାଇଁ ତାଙ୍କ ନିକଟରେ ଋଣୀ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି। ୨୦୦୩ ମସିହାରେ ସେ ଭାରତର ପ୍ରଧାନମନ୍ତ୍ରୀ ଥିବାବେଳେ ପ୍ରବାସୀ ଭାରତ ଦିବସ ସମାରୋହର ଅୟମାରମ୍ଭ ହୋଇଥିଲା। ଏହି ଅବସରରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ସମ୍ମାନ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories