Patra electronics

ଶିକ୍ଷା ଉପରେ ରାଷ୍ଟ୍ରପତିଙ୍କ ଚମତ୍କାର ଉଦବୋଧନ, ପଢନ୍ତୁ କ’ଣ କହିଛନ୍ତି

ଶିକ୍ଷାର ପରିବର୍ତ୍ତନକାରୀ ଶକ୍ତିକୁ ମୁଁ ପ୍ରତ୍ୟକ୍ଷ ଭାବେ ଦେଖିଛି ଓ ଅନୁଭବ କରିଛି – ରାଷ୍ଟ୍ରପତି ମୁର୍ମୁ

ଡେସ୍କ: ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଥମ ନାଗରିକ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଶ୍ୱର ପ୍ରମୁଖ ନେତ୍ରୀମାନଙ୍କ ମଧ୍ୟରେ ନିଜର ଓଜସ୍ୱିନୀ ଭାଷଣ ପାଇଁ ଅତି ପରିଚିତ। ଓଡ଼ିଶାର ଝିଅ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶ ଭିତରେ ଯେଉଁଆଡେ ଗସ୍ତ କରିଛନ୍ତି ଏବଂ ଅଭିଭାଷଣ ପ୍ରଦାନ କରିଛନ୍ତି, ସେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସକ, ନେତା ଓ ପ୍ରତୟରଙ୍କ ବର୍ଗର ମଣିଷର ପ୍ରିୟ ପାଲଟି ଯାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସବୁବେଳେ ଆପଣାର କଥା କହନ୍ତି ଏବଂ ସେ ସବୁ କଥା ଭିତରେ ମଣିଷ ମନର ଅନ୍ତରର କଥା, ମୂଲ୍ୟବୋଧ, ସଂଯମତା, ଆଚରଣର କଥା ଥାଏ। ଆମ ରାଷ୍ଟ୍ରପତିଙ୍କ କଥା ଶୁଣିଲେ ନିଜ ମା’ ସହ କଥା ହେବା ଭଳି ଅନୁଭବ ହୁଏ।

ଶିକ୍ଷା ସବୁବେଳେ ମୋ ହୃଦୟର ନିକଟତର। ଶିକ୍ଷାର ପରିବର୍ତନକାରୀ ଶକ୍ତିକୁ ମୁଁ ପ୍ରତ୍ୟକ୍ଷ ଭାବେ ଦେଖିଛି ଓ ଅନୁଭବ କରିଛି। ଶିକ୍ଷା କେବଳ ଏକ ବ୍ୟକ୍ତିଗତ ପ୍ରୟାସ ନୁହେଁ, ବରଂ ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ର ଗଠନର ଏକ ବାହକ ମଧ୍ୟ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏବେ ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି ମୁର୍ମୁ ଆଜି ସକାଳେ ରାଜଧାନୀ ନ୍ୟୁଜିଲାଣ୍ଡର ୱେଲିଂଟନରେ ପହଞ୍ଚିବା ପରେ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ସେ କହିଥିଲେ, ଶିକ୍ଷା ସବୁବେଳେ ମୋ ହୃଦୟର ନିକଟତର। ଶିକ୍ଷାର ପରିବର୍ତନକାରୀ ଶକ୍ତିକୁ ମୁଁ ପ୍ରତ୍ୟକ୍ଷ ଭାବେ ଦେଖିଛି ଓ ଅନୁଭବ କରିଛି। ଶିକ୍ଷା କେବଳ ଏକ ବ୍ୟକ୍ତିଗତ ପ୍ରୟାସ ନୁହେଁ, ବରଂ ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ର ଗଠନର ଏକ ବାହକ ମଧ୍ୟ। ଏକବିଂଶ ଶତାବ୍ଦୀର ଭାରତରେ, ଆମ ଶିକ୍ଷା ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଏବଂ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ ସୃଷ୍ଟି କରିଛି ଯେଉଁମାନେ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱର ବିକାଶରେ ଯୋଗଦାନ ଦେଉଛନ୍ତି।

 

ଏକବିଂଶ ଶତାବ୍ଦୀର ଭାରତରେ, ଆମ ଶିକ୍ଷା ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଏବଂ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ ସୃଷ୍ଟି କରିଛି ଯେଉଁମାନେ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱର ବିକାଶରେ ଯୋଗଦାନ ଦେଉଛନ୍ତିରାଷ୍ଟ୍ରପତି ମୁର୍ମୁ

 

ସେ କହିଥିଲେ, ଗବେଷଣା ଏବଂ ଉଦ୍ଭାବନ, ଅନ୍ତର୍ଭୁକ୍ତୀକରଣ ଏବଂ ଉତ୍କର୍ଷତା ଉପରେ ବିଶେଷ ଧ୍ୟାନ ଦେଇ ଉଚ୍ଚ ଗୁଣାତ୍ମକ ଶିକ୍ଷା ପାଇଁ ନ୍ୟୁଜିଲାଣ୍ଡ ପ୍ରସିଦ୍ଧ। ଶିକ୍ଷା ନ୍ୟୁଜିଲାଣ୍ଡର ସର୍ବୋଚ୍ଚ ସେବା ମଧ୍ୟରୁ ଅନ୍ୟତମ। ଆଜି ଭାରତରେ ଏକ ଯୁବ ଆକାଂକ୍ଷୀ ଜନସଂଖ୍ୟା ରହିଛି, ଯେଉଁମାନେ ଗୁଣାତ୍ମକ ଶିକ୍ଷା ହାସଲ କରିବା ଦିଗରେ ଆଗେଇ ଆସିଛନ୍ତି। ଭାରତୀୟ ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ପାଇଁ ସର୍ବୋତ୍ତମ ଶିକ୍ଷା ପାଇଁ ଇଚ୍ଛା କରନ୍ତି ଏବଂ ଏହା ପ୍ରକୃତରେ ସ୍ୱାଗତଯୋଗ୍ୟ ଯେ ଅନେକ ଭାରତୀୟ ଛାତ୍ର ନ୍ୟୁଜିଲାଣ୍ଡର ବିଭିନ୍ନ ଅନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ଲାଭ କରୁଛନ୍ତି। ନ୍ୟୁଜିଲାଣ୍ଡରେ ୮ ହଜାର ଭାରତୀୟ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି – ଯାହା ଏଠାରେ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଦ୍ବିତୀୟ ବୃହତ୍ତମ ଗୋଷ୍ଠୀରେ ପରିଣତ ହୋଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ନ୍ୟୁଜିଲାଣ୍ଡ ଶିକ୍ଷା ସମ୍ମିଳନୀ ଶିକ୍ଷା କ୍ଷେତ୍ରରେ ଚାଲିଥିବା ସହଯୋଗକୁ ସୁଦୃଢ଼ କରିବା ଏବଂ ସହଯୋଗର ନୂତନ କ୍ଷେତ୍ରର ଅନୁସନ୍ଧାନ ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରୁଛି।

Comments are closed.