www.samajalive.in
Saturday, December 6, 2025
16.1 C
Bhubaneswar

ପରିସ୍ଥିତି ନୁହେଁ, ଜୀବନର ଲକ୍ଷ୍ୟ ଗୁରୁତ୍ୱପୂର୍ଣ୍ଣ – ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଆଜି ଦ୍ଵିତୀୟ ଦିନରେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ସେ ୧୨ ମିନିଟ ରହିଥିଲେ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ରାଷ୍ଟ୍ରପତି କହିଥିଲେ, ‘ମୁଁ ଯେତେବେଳେ କଲେଜରେ ପଢ଼ୁଥିଲି ଓ ଚାକିରୀ କରୁଥିଲି ଏହି ସ୍କୁଲକୁ ଆସିଥିଲି। କାରଣ ମୁଁ ମୋ ସମ୍ପର୍କୀୟମାନଙ୍କୁ ଏଠାରେ ନାମ ଲେଖାଇବା ପାଇଁ ଆସୁଥିଲି। ସେତେବେଳେ ଆଜି ଭଳି ପରିସ୍ଥିତି ନ ଥିଲା।

ସେ କହିଥିଲେ, ମୁଁ ଯେଉଁ ଗାଁରୁ ଆସିଛି, ଏବେ ସେହି ଗାଁ ସ୍କୁଲ ଏବେ ପକ୍କା ହୋଇଥିବ, ଛାତ ଘର ହୋଇଥିବ, ସେତେବେଳେ ମାଟି ଘର ଥିଲା ଓ ତଳେ କିଛି କିଛି ସିମେଣ୍ଟ ଦିଆଯାଇଥିଲା ଓ କିଛି ଉଠି ଯାଇଥିଲା। ଆମେ ସପ୍ତାହକୁ ଥରେ ଗୋବର ଦେଉଥିଲୁ ଓ ସବୁଦିନ ଝାଡୁ କରୁଥିଲୁ।

- Advertisement -

ଆଜି ପରିସ୍ଥିତି ବଦଳି ଯାଇଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ। ପିଲାମାନଙ୍କୁ ବହୁତ ଭାଗ୍ୟବାନ ବୋଲି କହିବା ସହ ଆମର ଲକ୍ଷ୍ୟ ଏହି ପରିସ୍ଥିତି ନୁହେଁ ବରଂ ଆମେ କଣ ହେବାକୁ ଚାହୁଁଛୁ ବୋଲି ରାଷ୍ଟ୍ରପତି କହିଥିଲେ। ତପୋବନ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କୁ ଦେଖିବା ପରେ ସେ ଅତ୍ୟନ୍ତ ଆତ୍ମସନ୍ତୋଷ ଲାଭ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ। ସେ କହିଥିଲେ, ମୋର କେହି ରୋଲ ମଡେଲ ନ ଥିଲେ। ଜେଜେ ମା’ ରୋଲ ମଡେଲ ଥିଲେ ଓ ସେ ବହୁତ ସାହସୀ ଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ତାଙ୍କ ଜେଜେ ମା’ ଅନ୍ୟମାନଙ୍କୁ ବହୁତ ସାହାଯ୍ୟ କରୁଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories