www.samajalive.in
Saturday, December 6, 2025
15.1 C
Bhubaneswar

ନରହନ୍ତା ହାତୀକୁ ଚିଡେଇ ବିପଦ ଡାକୁଛନ୍ତି ଯୁବକ ; କାର୍ୟ୍ୟାନୁଷ୍ଠାନ ପାଇଁ ଦାବି

ଗୁଣପୁର : ଗତ କିଛିମାସ ହେଲା ଖାଦ୍ୟ ଅନ୍ବେଷଣରେ ବଣୁଆ ହାତୀମାନେ ଜନ ବସତି ଆଡକୁ ମାଡି ଆସି ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଘୁରି ବୁଲୁଛନ୍ତି। ବିଶେଷ କରି ଏହି କେତେଦିନ ହେବ ଏହି ୬ଟିକିଆ ହାତୀପଲ ଗୁଣପୁର ସହର ଆଖପାଖ ଅଞ୍ଚଳରେ ଘୁରି ବୁଲୁଥିବାରୁ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। କିଛିଦିନ ତଳେ ଏହି ହାତୀପଲ ସ୍ଥାନୀୟ ଜିଆଇଇଟି ନିକଟରେ, କରଣଗୁଡା ଓ ଓକିଲ ଗୁଡା ନିକଟରେ ଘୁରି ବୁଲୁଥିଲେ।
ଏଣୁ ସହର ଭିତରକୁ ପ୍ରବେଶ କରିବାର ଆଶଙ୍କା ବଢିଥିଲା। ଏବେ ଗତକାଲି ସହର ଭିତରର ଲାମାମଡା ଗ୍ରାମ ପଛପଟକୁ ଆସି ରହିଛନ୍ତି ଏହା ହାତୀପଲ। ଏଥିପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ୟ୍ୟକ୍ରମ ଓ ହାତୀ ଘଉଡେଇବା କାର୍ୟ୍ୟ ଜାରି ରହିଛି।
ଅନ୍ୟପକ୍ଷ ସ୍ଥାନୀୟ କିଛି ଯୁବକ ହାତୀ ମାନଙ୍କ ସହ ଫଟୋ ଭିଡିଓ ଉଠେଇବା, ପାଖକୁ ଯାଇ ଚିଡେଇବା, ଗୋଡେଇଲେ ଦୌଡିବା ଭଳି କାର୍ୟ୍ୟ କରି ହାତୀ ମାନଙ୍କୁ ରଗାଉଥିବାର ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଏକ ଭିଡିଓ ଭାଇରାଲ୍ ହେଉଛି। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି କରିବା ଦ୍ବାରା ନିଜ ଜୀବନ ବିପଦରେ ପଡିବା ସହ ହାତୀମାନେ ରାଗିଯାଇ କୌଣସି ଏକ ଜନବସତି ଭିତରକୁ ମାଡି ଆସିଲେ ଆହୁରି କେତେ ଯେ ଧନଜୀବନ ନଷ୍ଟ ହୋଇଯିବ ଏବେ ଠାରୁ କହିବା ମୁସ୍କିଲ। ଲିମାମେଡାରେ ସେବାସମାଜ ଓ ବାଳନିକେତନ ନାମକ ଦୁଇଟି ଆଶ୍ରମରେ ଶତାଧିକ ଅନ୍ତେବାସୀ ରହୁଛନ୍ତି। ଏଣୁ ଏହି ବିଶୃଙ୍ଖଳିତ ଯୁବକ ମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories