www.samajalive.in
Saturday, December 6, 2025
17.1 C
Bhubaneswar

କଳିଝଗଡାକୁ ନେଇ ଆକ୍ରମଣ ସହ ଘର ପୋଡି ଅଭିଯୋଗ, ଜେଲ ଗଲେ ଦୁଇ ଭାଇ

କୋକସରା : ସାମାନ୍ୟ କଥାକୁ ନେଇ ଦୁଇ ଭାଇ ରାଗିଯାଇ ଉତ୍ତେଜିତ ହୋଇ ଜଣେ ବ୍ୟକ୍ତିଙ୍କୁ ଲହୁ ଲୁହାଣ କରି ଆକ୍ରମଣ କରିବା ସହ ଘରେ ଥିବା ଆସବାପତ୍ର ଓ ଘରେ ନିଆଁ ଲଗାଇ ଦେଇଥିଲେ ।  ଏନେଇ କୋକସରା ଥାନାରେ ପୀଡିତ ଯୁବକ ପୁରନ୍ଧର ସୁରିଙ୍କ ପତ୍ନୀ ସରିତା ସୁରି ବୁଧବାର ଅଭିଯୋଗ ପରେ ଏହି ଘଟଣାରେ ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋକସରା ପୁଲିସ।
ସୁଚନା ଅନୁସାରେ କୋକସରା ଥାନା ଅନ୍ତର୍ଗତ ଡୋଙ୍ଗରିଗୁଡା ଗ୍ରାମର ପୁରନ୍ଧର ସୁରି (୩୧) ଙ୍କୁ ଉକ୍ତ ଗ୍ରାମର ଦୁଇଭାଇ କିଶୋର ଚନ୍ଦ୍ର ମାଝୀ (୩୧)ଓ ପୂର୍ଣ୍ଣଚନ୍ଦ୍ର ମାଝୀ(୨୮) କୌଣସି ଘଟଣାକୁ ନେଇ ଉତ୍ୟକ୍ତ ହୋଇ ମଙ୍ଗଳବାର ରାତିରେ ଆକ୍ରମଣ କରିବା ସହ ଘରେ ନିଆଁ ଲଗାଇ ଦେଇଥିଲେ। ଆକ୍ରମଣରେ ପୁରନ୍ଧର ଆହତ ହୋଇଥିବା ବେଳେ ଏହାସହ ଘରର ଆସବାବପତ୍ର ଧାନ,ଚାଉଳ ବାଇକ,ସାଇକେଲ ପୋଡି ଯାଇଛି। ଏନେଇ ପୀଡିତ ପରିବାର ବୁଧବାର କୋକସରା ଥାନାରେ ଅଭିଯୋଗ କରିଥିଲେ, ଅଭିଯୋଗକୁ ଭିତ୍ତି କରି ପୁଲିସ ଦୁଇଭାଇଙ୍କୁ ଗିରଫ କରିବା ସହ କୋକସରା ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଗୁରୁବାର ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories