www.samajalive.in
Saturday, December 6, 2025
16.1 C
Bhubaneswar

ଭୋଟ ଦେଲେ ରାଷ୍ଟ୍ରପତି, ପତ୍ନୀଙ୍କ ସହିତ ଆସି ମତଦାନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶରେ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ଭୋଟଦାନ ଜାରି ରହିଥିବାବେଳେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନିଜର ମତଦାନ କରିଛନ୍ତି। ସେ ଦିଲ୍ଲୀର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିବା ଦେଖିବାକୁ ମିଳିଛି। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଭୋଟ ଦେଇଛନ୍ତି। ସେ ତାଙ୍କ ପତ୍ନୀ ସୁଦେଶ ଧନଖଡଙ୍କ ସହିତ ଦିଲ୍ଲୀର ଏକ ବୁଥରେ ମତଦାନ କରିଛନ୍ତି। ଉପରାଷ୍ଟ୍ରପତି ଧନଖଡ ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତ ବିଶ୍ୱର ସବୁଠୁ ଜ୍ୱଳନ୍ତ, ସକ୍ରିୟ ଏବଂ ପ୍ରଭାବଶାଳୀ ଗଣତନ୍ତ୍ର। ମତଦାନ ଆମର ଦାୟିତ୍ୱ ଅଟେ ଏବଂ ଆମ ଶକ୍ତି ବି। ତେଣୁ ସମସ୍ତେ ମତଦାନ କରିବା ଉଚିତ।

୬ଷ୍ଠୀ ପର୍ଯ୍ୟାୟରେ ଦିଲ୍ଲୀ ସମସ୍ତ ୭ଟି ଯାକ ଲୋକସଭା ଆସନରେ ଭୋଟଗ୍ରହଣ ଜାରି ରହିଛି। ଏଥର ବିଜେପି ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। କାରଣ ରାଜଧାନୀରେ ଆମ ଆଦ୍‌‌ମୀ ପାର୍ଟି, କଂଗ୍ରେସ ପକ୍ଷରୁ ଆସନ ବୁଝାମଣା ଭିତ୍ତିରେ ପ୍ରାର୍ଥୀ ଦିଆଯାଇଛି। ୭ଟି ଲୋକସଭା ମଧ୍ୟରୁ ଆପ୍‌‌ ୪ଟିରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ ଦେଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories