ରାଜଧାନୀରେ ଭୋଟ ଦେଲେ ପ୍ରଶାସନିକ ଅଧିକାରୀ
ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଦାନ ଚାଲିଛି। ୬ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଭୋଟ ଦେଉଛନ୍ତି ଜନତା। ଏହିକ୍ରମରେ ରାଜଧାନୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ୭ଟି ବିଧାନସଭା ଆସନରେ ସକାଳୁ ସକାଳୁ ସରକାରୀ ଅଧିକାରୀମାନେ ମତଦାନ ସାବ୍ୟସ୍ତ କରିଛନ୍ତି। ଭୋଟ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଓ ତାଙ୍କ ପତ୍ନୀ। ମୁଖ୍ୟ ଶାସନ ସଚିବ ପିକେ ଜେନା ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ଅରବିନ୍ଦ ପାଢୀ ଓ ଉଷା ପାଢୀ, ସତ୍ୟବ୍ରତ ସାହୁ ଓ ତାଙ୍କ ପତ୍ନୀ, ପ୍ରେମଚାନ୍ଦ ଚୌଧୁରୀ, ବଳବନ୍ତ ସିଂହ ପ୍ରମୁଖ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।
Comments are closed.