www.samajalive.in
Saturday, December 13, 2025
23.1 C
Bhubaneswar

ବିଜେପୁର ଉପନିର୍ବାଚନ ପ୍ରସ୍ତୁତି ଶେଷ; ଆଜି ସରିବ ପ୍ରଚାର

ବରଗଡ଼: ବରଗଡ଼ ଜିଲାର ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତା ୨୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳାରେ କିପରି ଭୋଟଗ୍ରହଣ ହେବ ସେଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବରଗଡ଼ ଜିଲାପାଳ ସୂଚନା ଦେଇଛନ୍ତି। ସେହିପରି ଶନିବାର ପ୍ରଚାରର ଶେଷ ଦିନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ପ୍ରଚାର ଅଭିଯାନକୁ ଜୋରସୋର କରିଥିବା ଦେଖିବାକୁ ମିଳିଛି।

ଜିଲାପାଳଙ୍କ ସୂଚନା ଅନୁସାରେ, ଭୋଟ ଗ୍ରହଣ ଲାଗି ବିଜେପୁରରେ ମୋଟ ୨୮୫ଟି ବୁଥ୍‌ କରାଯାଇଛି। ସେଗୁଡ଼ିକ ମଧ୍ୟରୁ ୧୩୫ଟି ବୁଥ୍‌ ସମ୍ବେଦନଶୀଳ। ଏହି ସମ୍ବେଦନଶୀଳ ବୁଥଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା ହୋଇଛି। ଭୋଟରମାନେ ୧୧ ପ୍ରକାର ପରିଚୟପତ୍ର ଦେଇ ମତଦାନ କରିପାରିବେ। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲାପାଳ କହିଛନ୍ତି।

- Advertisement -

ଅନ୍ୟପଟେ ଆଜି ପ୍ରଚାର ପାଇଁ ଶେଷ ଦିନ ଥିବାରୁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରଚାରରେ ଲାଗିପଡ଼ିଛନ୍ତି। ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ଏବଂ ୧୮ ତାରିଖ ଦୁଇଦିନ ଧରି ବିଜେପୁରରେ ଡେରା ପକାଇ ପ୍ରଚାର କରିବା ସହିତ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିଥିଲେ। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବରି​‌ଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିଛନ୍ତି। କଂଗ୍ରେସ ପକ୍ଷରୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ଏବଂ ଅନ୍ୟ ବରିଷ୍ଠ ନେତାମାନେ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କ ପାଇଁ ପ୍ରଚାର କରିଛନ୍ତି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories