ସମାଜ ଡିଜିଟାଲ ଡେସ୍କ: ନବୀନଙ୍କ ପ୍ରାର୍ଥୀ ଚୋରୀ ମନ୍ତବ୍ୟରେ ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପ୍ରଭାତି କହିଛନ୍ତି ବିଶ୍ୱାସଘାତକତାର ଜବାବ ସୁଭଦ୍ରା ଭଉଣୀ ଦେବେ । ନୂଆପଡାବାସୀ ୨୪ବର୍ଷର ବିଶ୍ୱାସ ଘାତର ଜବାବ ଦେବାପାଇଁ ହିଁ ପ୍ରସ୍ତୁତ ହେଉଛନ୍ତି । ଯିଏ ମିଶନ ଶକ୍ତିର ମହିଳାଙ୍କ ପ୍ରତି କଥାରେ ବିଶ୍ୱାସଘାତ କରିଛି ତାର ଜବାବ ନିର୍ବାଚନରେ ସୁଭଦ୍ରା ଭଉଣୀମାନେ ନିଶ୍ଚୟ ଦେବେ ।
ବିଶ୍ୱାସଘାତକତା କଣ ଏବେ ବୋଧେ ଛାମୁଙ୍କୁ ଲାଗିଲା!
ନୂଆପଡା ବାସୀ @Naveen_Odisha ଙ୍କ 24 ବର୍ଷର ବିଶ୍ୱାସ ଘାତ ର ଜବାବ ଦେବାପାଇଁ ହିଁ ପ୍ରସ୍ତୁତ ହେଉଛନ୍ତି।
ଯିଏ ମିଶନ ଶକ୍ତି ର ମହିଳାଙ୍କ ସହିତ ପ୍ରତି କଥା ରେ ବିଶ୍ୱାସଘାତ କରିଛି ତାର ଜବାବ ନିର୍ବାଚନ ରେ ସୁଭଦ୍ରା ଭଉଣୀମାନେ ନିଶ୍ଚୟ ଦେବେ।@narendramodi @sunilbansalbjp…— Pravati Parida (@PravatiPOdisha) November 4, 2025
ଗତକାଲି ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ ଦଳର ସଭାପତି ନବୀନ ପଟ୍ଟନାୟକ । ବିଜେଡି ଉପରେ ସିଧାସଳଖ ବର୍ଷିବା ସହ ନବୀନ କହିଥିଲେ ଯେ ପୂର୍ବରୁ ଭୋଟ ଚୋରି କରୁଥିଲେ ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ନୂଆପଡାରେ ରାଜୁ ଭାଇ ଢୋଲକିଆଙ୍କୁ ମନେ ପକାଇ ବିଜେଡି ସରକାରରେ ବିକାଶ ହୋଇଥିବା କହିଥିଲେ ନବୀନ । ଏହାର ଜବାବ ଆଜି ପ୍ରଭାତି ସୋସିଆଲ ମିଡିଆରେ ଦେଇଛନ୍ତି ।



