ଦେଶ ବାହାରେ ପ୍ରବାସୀଙ୍କୁ ଏକ ପରିବାର କରି ରଖିବା ପ୍ରବାସୀ ଭାରତୀୟ ସମ୍ମିଳନୀର ପ୍ରୟାସ

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ସମ୍ମିଳନୀ ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଯୋଗ ଦେବାକୁ ଓଡିଶାକୁ ଆସିଛନ୍ତି ଲୀନା ମିଶ୍ର। ସେ ‘ଦି ଓଡିଶା ସୋସୋଇଟି ଅଫ୍‌ ଆମେରିକା (ଓଏସଏ) ଓସାର ଅଧ୍ୟକ୍ଷ’ ଅଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଯୋଗ ଦେବାକୁ ତାଙ୍କ ସହ ଅନେକ ବନ୍ଧୁ ଓ ସଦସ୍ୟ ମଧ୍ୟ ଆସିଛନ୍ତି । ଏହି ଅବସରରେ ଲିନା ମିଶ୍ର କହିଛନ୍ତି ଯେ ଓଡିଶାର ବିକାଶ କ୍ଷେତ୍ରରେ ଶିଳ୍ପ, ବାଣିଜ୍ୟ କିମ୍ବା କଳା ସ୍ଥାପତ୍ୟ ହେଉ ଯେ କୌଣସି ଦିଗରେ ଏହାକୁ ବିକାଶ କରିବା ପାଇଁ ସେମାନଙ୍କ କିଭଳି ଯୋଗଦାନ ରହିବ, ସେ ସମ୍ପର୍କରେ ଆଲୋଚନା କରିବେ। ମୋ ପରିବାର ତରଫରୁ ଓଡିଶା ଡିରେକ୍ଟରେଟ୍‌ ତରଫରୁ ଇମେଲ୍‌ କରାଯାଇ ତାଙ୍କୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଥିବା ସେ କହିଛନ୍ତି । ଏହା ଭାରତ ତଥା ଓଡିଶା ସରକାରଙ୍କ ଏକ ସୁନ୍ଦର ଉଦ୍ୟମ ବୋଲି ସେ କହିଛନ୍ତି ।

prayash

‘ଓଡିଶା ସୋସାଇଟି ଅଫ୍‌ ଆମେରିକା’ ବିଷୟରେ ବହୁତ କମ୍‌ ଲୋକ ଜାଣନ୍ତି । ଏହା ଏକ ୫୬ ବର୍ଷର ପୁରୁଣା ସଂସ୍ଥା, ଏଥିରେ ଅନେକ ସଦସ୍ୟ ଅଛନ୍ତି। ୨୦୦୫ରେ ଓଡିଶା ପ୍ରବାସୀ ଦିବସ ଏହି ସଂସ୍ଥା ଦ୍ୱାରା ଆରମ୍ଭ ହୋଇଥିଲା। ୨୦୦୩ରେ କିଛି ସଦସ୍ୟ ଏଥିପାଇଁ ଅନେକ ସହଯୋଗ ମଧ୍ୟ କରିଥିଲେ। ତେଣୁ ସ୍ଲଟ୍‌ ଦିଆଗଲେ କିଭଳି ଭାରତର ସଂସ୍କୃତି, ପରମ୍ପରା, ଓଡିଆ ଭାଷାକୁ ବାହାରେ ପ୍ରଚାର କରାଯାଉଛି, ତାହା ଜଣାଇବୁ ବୋଲି ସେ କହିଛନ୍ତି । ଓଡିଆ ଭାଷା, ସଂସ୍କୃତି କିିଭଳି ବାହାର ସ୍ଥାନରେ ରକ୍ଷା କରି ପାରିବୁ । ପିଲାଙ୍କୁ ପରମ୍ପରା କିଭଳି ଶିଖାଇ ପାରିବୁ । ତାହା ଏହି ସଂସ୍ଥାର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି ସମ୍ମିଳନୀ ମାଧ୍ୟମରେ ଦେଶ ବାହାରେ ମଧ୍ୟ ପ୍ରବାସୀଙ୍କୁ ଏକ ପରିବାର କରି ରଖିବା ପାଇଁ ଓଡିଶା ତଥା ଭାରତ ସରକାର କରିଥିବା ପ୍ରୟାସ ପ୍ରସଂଶନୀୟ ବୋଲି ସେ କହିଛନ୍ତି ।

ଶ୍ରୀମତୀ ଲିନା ମିଶ୍ର କଟକର ଥୋରିଆ ସାହିରେ ମ୍ୟୁନିସିପାଲଟି ସ୍କୁଲରେ ଓ ଶୈଳବାଳା ମହିଳା କଲେଜରେ ପାଠ ପଢିଛନ୍ତି । ବର୍ତ୍ତମାନ ସେ ସଫ୍ଟୱୟାରରେ କାମ କରନ୍ତି । ନେସ୍‌ନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ର କ୍ଲାଉଡ ଆଣ୍ଡ ଏଆଇ ଆରକିଟେକ, ଡ଼ାଇରେକଟର ଟେକ୍ନୋଲୋଜି ଭାବରେ କାମ କରନ୍ତି । ଆମେରିକା ହେଉ କିମ୍ବା ଅନ୍ୟାନ୍ୟ ଦେଶରେ ପିଲାଙ୍କ ହାତରେ ସ୍ମାର୍ଟ ଫୋନ୍‌ ସହ ବହି ରହିଛି । ସମସ୍ତେ ବହି ନିଶ୍ଚୟ ପଢିଥାନ୍ତି । ଏହାସହ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିବା ସହ ବୟସ୍କଙ୍କ ସହ ମଧ୍ୟ ସମୟ ଅତିବାହିତ କରନ୍ତି । ଓଡିଶାରେ ଶିକ୍ଷା କ୍ଷେତ୍ର ସହ ଏଭଳି ପଦକ୍ଷେପ ନିଆଯାଇ ପାରିଲେ ଓଡିଶାର ପ୍ରଗତି ହେବା ସହ ସମାଜକୁ ସୁସ୍ଥ ସବଳ କରି ଗଢିବା ପାଇଁ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ଏହାସହ ପବ୍ଲିକ୍‌ ଲାଇବ୍ରେରୀ ମଧ୍ୟ ଅଧିକାଂଶ ସ୍ଥାନରେ କରାଯାଇପାରିଲେ ଏହା ମଧ୍ୟ ଏକ ଉତ୍ତମ ପଦକ୍ଷେପ ହେବ ବୋଲି ସେ ମତ ରଖିଛନ୍ତି ।

Comments are closed.