www.samajalive.in
Monday, December 8, 2025
14.1 C
Bhubaneswar

ଅମ୍ଫନ ପ୍ରସ୍ତୁତି : ଲୋକସେବା ଭବନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ପାନୀୟଜଳ ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବାଭବନ ଠାରେ ବାତ୍ୟା ମୁକାବିଲା ସଂକ୍ରାନ୍ତରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ଜେନା ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ସମୟ ଓ ଏହାର ପରବର୍ତ୍ତୀ ଅବସ୍ଥାରେ ନିରବଚ୍ଛିନ୍ନ ପାନୀୟଜଳ ଯୋଗାଣ ଲାଗି ପ୍ରତ୍ୟେକ ଜଳ ଯୋଗାଣ କେନ୍ଦ୍ରରେ ଜେନେରେଟର ରଖିବା ସହିତ ପିଭିସି ଟାଙ୍କି ଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସେହିଭଳି ବଡ ବଡ ପାଣି ଟାଙ୍କି ଗୁଡିକରେ ଜଳ ଭର୍ତ୍ତି କରି ରଖିବାପାଇଁ ମଧ୍ୟ ମନ୍ତ୍ରୀ କହିଛନ୍ତି।  ଏହି ସମୟରେ ସମସ୍ତ କର୍ମଚାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପ୍ରବଣ ପ୍ରତି ଜିଲ୍ଲାରେ ପାନୀୟଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ସକାଶେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପାହ୍ୟାର ଜଣେ କରି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ସହାଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ଲାଗି ଅଗ୍ନିବିଭାଗ ସହିତ ସମନ୍ୱୟ ରକ୍ଷାକରି ପଦକ୍ଷେପ ନେବାକୁ ମନ୍ତ୍ରୀ କହିଛନ୍ତି।

- Advertisement -

ସେହିଭଳି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍‍ସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାରେ ୭୬୦୦ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖାଯାଇଛି। ଏଠାକୁ ସ୍ଥାନାନ୍ତରିତ ହେବାକୁ ଥିବା ବ୍ୟକ୍ତିଙ୍କୁ ଯେଭଳି ଖାଦ୍ୟ, ପାନୀୟ ଆଦିରେ କୌଣସି ତ୍ରୁଟି ନହୁଏ ତାହା ଉପରେ ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ଜେନା ବରିଷ୍ଠ ଅଧିକାରୀମାନଙ୍କୁ ପରମର୍ଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୧ ରୁ ୧୨ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବାପାଇଁ ସରକାର ପ୍ରସ୍ତୁତ ହୋଇ ରହିଥିବା ମନ୍ତ୍ରୀ କହିଛନ୍ତି।

ବାତ୍ୟା ପ୍ରବଣ ଉପକୂଳ ଜିଲ୍ଲାର ଗାଁ ଗହଳରେ ଲୋକେ ଯେଭଳି ପାନୀୟଜଳ, ଖାଦ୍ୟ ଆଦି ପାଇଁ ସମସ୍ୟାରେ ନପଡନ୍ତି ସେଥିଲାଗି ପଞ୍ଚାୟତିରାଜ ପ୍ରତିନିଧିଙ୍କ ସହ ସମନ୍ୱୟ ରକ୍ଷାକରି ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁକ ସଚିବ ଦେଓ ରଞ୍ଜନ କୁମାର ସିଂହ, ପାନୀୟଜଳ ନିର୍ଦ୍ଦେଶକ, ପୌର ନିର୍ଦ୍ଦେଶକଙ୍କ ସହିତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories