www.samajalive.in
Sunday, December 14, 2025
17.1 C
Bhubaneswar

ଚିକିତ୍ସା ଅବହେଳାରୁ ପ୍ରସୂତି ମୃତ

ଝରିଗାଁ : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅର୍ନ୍ତଗତ ସିଭନାଗୁଡା ଗ୍ରାମର ଜଣେ ପ୍ରସୂତିଙ୍କର ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସିଭନାଗୁଡା ଗ୍ରାମର ଡାଳିମ୍ବ ଭତ୍ରା(୨୨)ଙ୍କର ବୁଧବାରରେ ପ୍ରସବ ବେଦନା ଆରମ୍ଭ ହେବାରୁ ଉମୋରକୋଟ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ । ଦିନ ୧୨ଟାରେ ଡାଳିମ୍ବ ଭତ୍ରା ପୁତ୍ର ସନ୍ତାନ ହେବା ପରେ ଘରକୁ ଫେରିଥିଲେ।  ଡାଳିମ୍ବଙ୍କ ପେଟବ୍ୟଥା  ହେବାରୁ ପୁଣିଥରେ ଗୁରୁବାର ସକାଳେ ଉମୋରକୋଟ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ଡାଳିମ୍ବଙ୍କ ରକ୍ତ ଦରକାର ଥିବାରୁ ନବରଙ୍ଗପୁରରୁ ରକ୍ତ ଆଣି ଦିଆଯାଇଥିଲେ ମଧ୍ୟ ଡାଳିମ୍ବଙ୍କ ମୃତ୍ୟୁ ହୋଇଛି। ସ୍ୱାମୀ ବଳି ଭତ୍ରାଙ୍କ କହିବା ଅନୁସାରେ ପେଟବ୍ୟଥା ହେବା ସମୟରେ ମେଡିକାଲ କର୍ମଚାରୀଙ୍କୁ ଡାକିଥିଲେ ମଧ୍ୟ ସେମାନେ ଆସି ନ ଥିଲେ।   ଫଳରେ ଡାଳିମ୍ବର ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି। ମା’ର ମୃତ୍ୟୁର ଗୋଟିଏ ଦିନ ପରେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା କରିବା ଯୋଗୁଁ ଓ ପିଲା ଜନ୍ମ ହେବାପରେ ଡାକ୍ତରଖାନାରେ  ମାଆ ଏବଂ  ଶିଶୁ ଉଭୟଙ୍କର ଉପଯୁକ୍ତ ଯତ୍ନ ନ ନିଆଯିବାରୁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories