ତିଗିରିଆ : ତିଗିରିଆ ପ୍ରସନ୍ନମଣି ଶାରୀରିକ ପ୍ରଶିକ୍ଷଣ ଏବଂ ଯୋଗ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ମାଷ୍ଟର ଇନ ଫିଜିକାଲ ଏଜୁକେସନ ଆଣ୍ଡ ସ୍ପୋର୍ଟସ୍ (ଏମ୍ପିଇଏସ ) ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ନୂତନ କରି ଖୋଲିଥିବା ଏହି ପାଠ୍ୟକ୍ରମ ପାଇଁ ୫୦ଟି ସିଟ ପାଇଁ ମଞ୍ଜୁରୀ ମିଳିଥିବା ଜଣାପଡିଛି। ପାଠ୍ୟକ୍ରମରେ ୟୁଜିସି ନିୟମାବଳୀ ଅନୁସାରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ନାମଲେଖା ପାଇଁ ସ୍ବୀକୃତି ମିଳିଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରମେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ନୂତନ ପାଠ୍ୟକ୍ରମକୁ ସ୍ବୀକୃତି ମିଳିବ ପରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ କର୍ମଚାରୀ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
Comments are closed.