www.samajalive.in
Wednesday, December 10, 2025
15.1 C
Bhubaneswar

ସ୍ଵାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ପ୍ରଜା ମେଳି ଆଜି ତୃତୀୟ ଦିନରେ…

ଠାକୁରମୁଣ୍ଡା : ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ସୈନିକ ବୀର ବିର୍ସା ମୁଣ୍ଡାଙ୍କ ଗୌରବ ଗାଥା ଭାରତୀୟଙ୍କ ସ୍ମୃତିରେ ଚିର ସ୍ମରଣୀୟ। ଆଉ ଏହାକୁ ଜୀବିତ ରଖିବା ପାଇଁ ଗାଁ ଗାଁ ରେ ବିର୍ଷାମୁଣ୍ଡା ପ୍ରତିମୂର୍ତ୍ତି ସ୍ଥାପନା କରି ପୂଜାର୍ଚ୍ଚନା କରୁଛନ୍ତି  ଆଦିବାସୀ ମାନେ। ଏପରି ପୂଜାର୍ଚ୍ଚନା କରୁଥିବା ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍‌ତ ଭାଙ୍ଗିବା ପରେ ପ୍ରଜାମେଳି ଆଜି ତୃତୀୟ ଦିନରେ ପହଞ୍ଚିଛି ।

ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକ୍‌ ଅନ୍ତର୍ଗତ କେନ୍ଦୁଜୁଆଣି (ଢ଼ିପାସାହି) ଗାଁରେ। ସେଠାରେ ଥିବା ବିର୍ସାମୁଣ୍ଡା ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା  ସହିତ ଘଟଣା ସ୍ଥଳରେ ପ୍ରଜାମେଳି ଜାରି ରହିଛି । ଗତ ୧୧ ତାରିଖ ରାତି ପାଖରୁ ଘଟଣା ସ୍ଥଳରେ ଆଦିବାସୀ ଯୁବକ ଯୁବତୀ ମାନେ ନ୍ୟାୟ ଦାବିରେ ବସିରହି  ପ୍ରତିବାଦ କରୁଛନ୍ତି  । ଏହା ସହିତ ପ୍ରତିମୂର୍ତ୍ତି  ଭାଙ୍ଗିଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କରି କୋଠର ଦଣ୍ଡବିଧାନ ଦାବି କରି ବସି ରହିଛନ୍ତି ଆଦିବାସୀ ଯୁବକ ଯୁବତୀ ।

- Advertisement -

ଏଇ ଘଟଣାକୁ  ନେଇ ଏବେ ଗାଁରେ  ଉତ୍ତେଜନା  ଥମିବାର ନା ଧରୁନ ଥିବା ବେଳେ ଆଜି  ସ୍ଥାନୀୟ ବିଧାୟିକା ବାସନ୍ତୀ ହେମ୍ବ୍ରମ , ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟ ବିକାଶ ଭୁଆଁ ,ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ କୁମାର ସାମଲ  ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ନ୍ୟାୟ ଦାବିରେ ପ୍ରତିମୂର୍ତ୍ତି ପାଖରେ ବସିରହି ପ୍ରତିବାଦ କରୁଛନ୍ତି । ଏହା ସହିତ  ଜୈନେକ ବନ କର୍ମଚାରୀଙ୍କ ନାଁରେ ହୋଇଥିବା ମାମଲା ବଳରେ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି  ବିର୍ଷାମୁଣ୍ଡା ଯୁବକ ସଂଘର କର୍ମକର୍ତ୍ତା ମାନେ । ଅନ୍ୟ ପଟେ ଏଇ ଘଟଣାକୁ ନେଇ ଉପଖଣ୍ଡ ପୋଲିସ ଅଧିକାରୀ ସାଇଣ୍ଟିଫିକ ଟିମକୁ ନେଇ ଆସନ୍ତା କାଲି ଏହାର ତଦନ୍ତ କରିବେ ବୋଲି  ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ବି ,ଲୋକେ ନିଜ ଜିଦରେ ଅଟଳ  ଥିବା ଦେଖିବାକୁ ମିଳିଛି ।

ତେବେ ଆମ ପ୍ରତିନିଧି ଉକ୍ତ ବନକର୍ମଚାରୀଙ୍କ ପ୍ରତିକ୍ରିୟାରେ ସେ କୁହିଛନ୍ତି ଯେ, କାଠ ମାଫିଆ ଙ୍କ ବିରୁଦ୍ଧରେ  ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଏପରି ମିଥ୍ୟା ଅଭିଯୋଗ ମୋ ଉପରେ ଲଗା ଯାଉଛି,  ମୁଁ ଜଣେ ବନ କର୍ମଚାରୀ ତେଣୁ ମୋର ବିର୍ଷାମୁଣ୍ଡାଙ୍କ ଉପରେ ଯଥେଷ୍ଟ ସମ୍ମାନ ରହିଛି ଏପରି ଘୃଣ୍ୟ କାମ ମୁଁ କରିନି ଏକଥା ସେ ଉଲ୍ଲେଖ କରିଛନ୍ତି ।ଏହା ସହିତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ  ଦାବି କରିଛନ୍ତି ।

ତେବେ ଦେଖିବା ପାଇଁ ବାକି ରହିଲା ଆଦିବାସୀଙ୍କ ମନରେ କୋଠର ଆଘାତ ଦେଇଥିବା ଦୁର୍ବୃତ୍ତଙ୍କୁ ଠାକୁରମୁଣ୍ଡା ପୁଲିସ  ଠାବ କରି ତାଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବା ପାଇଁ ବାକି ରହିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories