www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରବୀର ପଟ୍ଟନାୟକ ପାଇବେ ନବଗୁଞ୍ଜର ସମ୍ମାନ

ଭୁବନେଶ୍ଵର: ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରବୀର କୁମାର ପଟ୍ଟନାୟକ ପାଇବେ ଚଳିତ ବର୍ଷର ନବଗୁଞ୍ଜର ସମ୍ମାନ। ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର ପ୍ରସାର ପାଇଁ କାର୍ଯ୍ୟରତ ‘ନବଗୁଞ୍ଜର ସଂସ୍କୃତି ମଞ୍ଚ’ ପକ୍ଷରୁ ପ୍ରବୀର ପଟ୍ଟନାୟକଙ୍କୁ ତୃତୀୟ ନବଗୁଞ୍ଜର ସମ୍ମାନ ପ୍ରଦାନ କରାଯିବ। ସ୍ଵାଧୀନତା ଦିବସ ଅବସରରେ ଏନେଇ ଘୋଷଣା କରିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ଡ. ଉମାକାନ୍ତ ମିଶ୍ର।

ଡ. ମିଶ୍ର କହିଛନ୍ତି ଯେ, ନିକଟରେ ପ୍ରକାଶିତ ହୋଇଥିବା ଗବେଷଣା ଗ୍ରନ୍ଥ, ‘‘ଉଡ୍ଡିୟାନ ଗୁରୁ ପଦ୍ମସମ୍ଭବ, ଦି ସେକେଣ୍ଡ ବୁଦ୍ଧ’’ ଜରିଆରେ ପ୍ରବୀର ପଟ୍ଟନାୟକ ଦୃଢ଼ ଭାବରେ ସାବ୍ୟସ୍ତ କରିଛନ୍ତି ଯେ ଦ୍ବିତୀୟ ବୁଦ୍ଧ ପଦ୍ମସମ୍ଭବଙ୍କ ଜନ୍ମପୀଠ ଉଡ୍ଡୀୟାନ ଓଡ଼ିଶା ଭିନ୍ନ ଆଉ କିଛି ନୁହେଁ। ଏହା ପାକିସ୍ତାନର ସିନ୍ଧୁ ପ୍ରଦେଶରେ ବୋଲି କେତେକ ଗବେଷକ ଭ୍ରମାତ୍ମକ ଭାବରେ ପ୍ରଚାର କରୁଛନ୍ତି, ଯାହାକି ଏହି ପୁସ୍ତକରେ ଖଣ୍ଡନ କରାଯାଇଛି। ପ୍ରବୀର କୁମାର ପଟ୍ଟନାୟକଙ୍କ ଦୀର୍ଘ ୧୪ ବର୍ଷର ସାଧନାର ଫଳ ହେଉଛି ଏହି ପୁସ୍ତକ। ତାଙ୍କର ଏହି ସାଧନାକୁ ସ୍ବୀକୃତି ଦେବା ନବଗୁଞ୍ଜର ସଂସ୍କୃତି ମଞ୍ଚର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

- Advertisement -

୧୯୪୯ ମସିହାରେ ଜନ୍ମିତ ପ୍ରବୀର କୁମାର ପଟ୍ଟନାୟକ ଜାତିସଂଘର ଆନ୍ତର୍ଜାତିକ ଶ୍ରମ ସଂଗଠନର ଜଣେ ଉପଦେଷ୍ଟା ଭାବରେ କାର୍ଯ୍ୟ କରି ଉନ୍ନୟନ ଗବେଷଣାରେ ବ୍ୟାପକ ଅନୁଭୂତି ଅର୍ଜନ କରିଛନ୍ତି। ଏହି କ୍ରମରେ ବିଶ୍ବର ଅନେକ ଦେଶ ପରିଭ୍ରମଣ କରି ବୁଦ୍ଧଧର୍ମ ବିଷୟରେ ବହୁ ଗବେଷଣା ଲବ୍ଧ ତଥ୍ୟ ମଧ୍ୟ ସଂଗ୍ରହ କରିଛନ୍ତି। ସେ ହେଉଛନ୍ତି ଗ୍ରନ୍ଥାଗାର ଆନ୍ଦୋଳନର କିମ୍ବଦନ୍ତୀ ପୁରୁଷ, ଉଦୟପୁରର ବିଶିଷ୍ଟ ସଂଗ୍ରାହକ ସ୍ବର୍ଗତ ଦାସିଆ ଅଜାଙ୍କର କନିଷ୍ଠ ପୁତ୍ର।
ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ତାଙ୍କୁ ଏହି ନବଗୁଞ୍ଜର ସମ୍ମାନ ଦିଆଯିବ ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories