www.samajalive.in
Saturday, December 13, 2025
26.1 C
Bhubaneswar

ଡକାୟତି ଯୋଜନା ପଣ୍ଡ, ୫ ଗିରଫ 

କେନ୍ଦୁଝରଗଡ଼: ତେଲକୋଇ ଥାନା ଅଧିନ ରଣବିଜୁଳିସ୍ଥିତ ଏଲ୍‌‌ ଆଣ୍ଡ ଟି କମ୍ପାନୀର ଷ୍ଟକ୍‌‌ ୟାର୍ଡରୁ ଡକାୟତି ପାଇଁ ଉଦ୍ୟମ କରୁଥିବାବେଳେ ୫ ଜଣ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ି ଗିରଫ ହେବାସହ କୋର୍ଟ ଚାଲାଣ ହୋଇଛନ୍ତି। ଗତ ୧୨ ତାରିଖ ରାତିରେ ଏମାନଙ୍କୁ ଗିରଫ କରିଛି ପୁଲିସ। ଗିରଫ ଏହି ସମସ୍ତ ୫ ଅଭିଯୁକ୍ତ ପଡ଼ୋଶୀ ଢେଙ୍କାନାଳ ଜିଲା ମହାବୀରରୋଡ ଥାନା ଅଧିନ ଗଡ଼ପଳାଶୁଣୀ ଗ୍ରାମର ସନ୍ତୋଷ ସ୍ୱାଇଁ (୫୫), ସୁରେଶ ସାମଲ (୪୫), ବଡସହି ଗ୍ରାମର ଗୌତମ ସିଂହ, ମନୋରଞ୍ଜନ ପ୍ରଧାନ(୨୩) ଓ ପବିତ୍ର କିସାନ (୩୫) ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ ଏକ ଟ୍ରକ ସହ ଲୁହା ପାଇପ, ଭୁଜାଲି, ଲୁହା ରଡ୍ ଆଦି ଜବତ କରିଥିବା ସଦର ଏସ୍‌‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ ଜଣାଇଛନ୍ତି। ଡକାୟତି ଯୋଜନା ପାଇଁ ଉଦ୍ୟମ ଖବର ପାଇ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସମୟରେ ପଡ଼ୋଶୀ ଜିଲାରୁ ଆସିଥିବା ଡକାୟତଙ୍କ ସହ ଗ୍ରାମବାସୀ ମୁହାଁମୁହିଁ ହେବା ଫଳରେ କେତେକ ଗ୍ରାମବାସୀ ଆହତ ହୋଇ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଡାକୟତି ଯୋଜନାରେ ସମ୍ପୃକ୍ତ ଢେଙ୍କାନାଳ ଜିଲା ମହାବୀରରୋଡ ଥାନା ଅଧିକ ଗଡ଼ପଳାଶୁଣୀ ଗ୍ରାମର ଜିତେନ୍ଦ୍ର ବିଶ୍ୱାଳ, ବଡସାହି ଗ୍ରାମର ଗୋଲେଖ ପ୍ରଧାନ(୨୫) ଓ ସୁରେଶ ସାମଲ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories