www.samajalive.in
Saturday, December 13, 2025
23.1 C
Bhubaneswar

‘ସାହୋ’କୁ ନେଇ ଚର୍ଚ୍ଚାରେ ପ୍ରଭାସ : ଜାଣନ୍ତୁ, ଚଳଚ୍ଚିତ୍ର ପିଛା କେତେ ପାରିଶ୍ରମିକ ଦାବି କରନ୍ତି!

ମୁମ୍ବଇ : ବାହୁବଳୀ ଷ୍ଟାର୍ ପ୍ରଭାସ ନିଜର ଆଗାମୀ ଚଳଚ୍ଚିତ୍ର ‘ସାହୋ’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଶ୍ରଦ୍ଧା କପୁର। ୧୫ ଅଗଷ୍ଟରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର। ଏଥିରେ ଜବରଦସ୍ତ ଆକ୍ସନ୍ ସିନ୍ ରହିଛି। ନିକଟରେ ଆବୁଧାବୀରେ ଚଳଚ୍ଚିତ୍ରର ଏକ ଆକ୍ସନ୍ ସିନ୍ ଶୁଟ୍ ହୋଇଥିଲା ଓ ଏହି ସିନ୍ କୁ ଶୁଟ୍ କରିବା ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ମିଳିଥିବା ଖବର ଅନୁସାରେ, ଏହି ଚଳଚ୍ଚିତ୍ରର ବଜେଟ୍ ପ୍ରାୟ ୩୦୦ କୋଟି ରହିଛି। ତେବେ କ’ଣ ଆପଣ ଜାଣନ୍ତି, ପ୍ରଭାସ ଗୋଟିଏ ଚଳଚ୍ଚିତ୍ର ପାଇଁ କେତେ ଟଙ୍କା ନିଅନ୍ତି?

ତେଲୁଗୁ ଚଳଚ୍ଚିତ୍ର ‘ଈଶ୍ବର’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ପ୍ରଭାସ ନିଜର ବଳିଷ୍ଠ ଅଭିନୟ ବଳରେ ଚଳଚ୍ଚିତ୍ର ଜଗତରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି। ସୂଚନା ଅନୁସାରେ, ଏହି ଅଭିନେତା ଗୋଟିଏ ଚଳଚ୍ଚିତ୍ର ପିଛା ଏବେ ୩୦ କୋଟି ଟଙ୍କା ଚାର୍ଜ କରୁଛନ୍ତି।

- Advertisement -

ତେବେ ଚଳଚ୍ଚିତ୍ର ‘ବାହୁବଳୀ’ ରାତାରାତି ପ୍ରଭାସଙ୍କ ଚାହିଦା ବଢାଇ ଦେଇଥିଲା। ‘ବାହୁବଳୀ’ ପାଇଁ ପ୍ରଭାସଙ୍କୁ ୨୫ କୋଟି ପାରିଶ୍ରମିକ ମିଳିଥିଲା। କିନ୍ତୁ ଏବେ ସେ ତାଙ୍କ ପାରିଶ୍ରମିକ ବଢାଇ ଦେଇଛନ୍ତି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories