www.samajalive.in
Friday, December 12, 2025
16.1 C
Bhubaneswar

ଆତଙ୍କବାଦୀଙ୍କ ନିକଟରେ ଟଙ୍କା ପହଞ୍ଚାଉଛି ପାକିସ୍ତାନ ହାଇକମିଶନ; ଇଡିକୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ଭାରତରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ନିକଟରେ ଟଙ୍କା ପହଞ୍ଚାଉଛି ନୂଆଦିଲ୍ଲୀରେ ଅବସ୍ଥିତ ପାକିସ୍ତାନ ହାଇକମିଶନ(ଉଚ୍ଚ ଆୟୋଗ)। ଏଭଳି ଅଭିଯୋଗ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଆତଙ୍କୀ ସଂଗଠନଗୁଡ଼ିକୁ ଟଙ୍କା ଯୋଗାଣ ମାମଲାରେ ଇଡି ତଦନ୍ତ କରୁଥିବାବେଳେ ଏ ସମ୍ପର୍କିତ ପ୍ରମାଣ ପାଇଛି। ହୁରିୟତ ନେତାଙ୍କ ଜରିଆରେ ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଉଥିବା ଅଭିଯୋଗରେ ଇଡି କାଶ୍ମୀରର ଜଣେ ବ୍ୟବସାୟୀ ଜହୁର ଅହମ୍ମଦ ଶାହ ବଟାଲିଙ୍କ ଘରେ ଚଢ଼ାଉ କରି ୧ କୋଟିରୁ ଅଧିକ ଟଙ୍କା ଜବତ କରିବା ସହ ତାଙ୍କର ଗୁଡଗାଁଓରେ ଥିବା ସମ୍ପତ୍ତି ଜବତ କରିଛି। ବଟାଲିଙ୍କୁ ଏନଆଇଏ ଗିରଫ କରିଛି। ସେ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଇଡି ତଦନ୍ତବେଳେ ଜାଣିବାକୁ ପାଇଛି ଯେ, କାଶ୍ମୀରରେ ରହୁଥିବା ବିଚ୍ଛିନ୍ନତାବାଦୀମାନଙ୍କୁ ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ସୀମା ଆରପଟୁ ପାଖାପାଖି ୭କୋଟି ଟଙ୍କା ମିଳିଛି। ଏହି ଟଙ୍କା ସବୁ ଭାତରରେ ସକ୍ରିୟ ଥିବା ଆତଙ୍କୀଙ୍କ ରାକେଟ ଏବଂ ପାକିସ୍ତାନ ଉଚ୍ଚ ଆୟୋଗଙ୍କ ଜରିଆରେ ଆତଙ୍କବାଦୀଙ୍କ ନିକଟରେ ପହଞ୍ଚାଯାଇଛି। ଗୁଲାମ ମହମ୍ମଦ ଭଟ୍ଟଙ୍କ ଘରେ ଯାଞ୍ଚ କରାଯିବା ସମୟରେ ଜବତ କରାଯାଇଥିବା କାଗଜପତ୍ରରୁ ଏହାର ପ୍ରମାଣ ମିଳିଛି ବୋଲି ଇଡି ଦାବି କରିଛି। ଭଟ୍ଟ ବଟାଲିଙ୍କ ସହ ମିଶି କ୍ୟାଶିୟର ଏବଂ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ।

- Advertisement -

ଲଶ୍କର-ଏ-ତଇବା ମୁଖ୍ୟ ହାଫିଜ ସୟିଦ ଏବଂ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସଲାଉଦ୍ଦିନଙ୍କ ବିରୋଧରେ ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥାର ଏକ ଚାର୍ଜଶିଟ୍‌ ଆଧାରରେ ଇଡି ମାମଲା ରୁଜୁ କରି ଆର୍ଥିକ କାରବାର ଦିଗରେ ତଦନ୍ତ ଚଳାଇଛି। ଲଶ୍କର ଏବଂ ହିଜବୁଲ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ଲାଗି ହୁରିୟତ କନଫରେନ୍ସ ଜରିଆରେ ଟଙ୍କା ସଂଗ୍ରହ କରୁଛି। ଜବତ କାଗଜପତ୍ରରୁ ଆହୁରି ଜଣାପଡ଼ିଛି ଯେ, ଜହୁର ଅହମ୍ମଦ ଶାହ ବଟାଲି ହାଫିଜ ସୟିଦଠାରୁ, ଆଇଏସଆଇଠାରୁ, ନୂଆଦିଲ୍ଲିସ୍ଥିତ ପାକିସ୍ତାନ ଉଚ୍ଚ ଆୟୋଗଠାରୁ ଏବଂ ଦୁବାଇରସ୍ଥିତ ଏକ ସ୍ଥାନାରୁ ଟଙ୍କା ହାତେଇଛି। ଏହା ପରେ ବଟାଲି ଉକ୍ତ ଟଙ୍କାକୁ ହୁରିୟତ ନେତା, ବିଚ୍ଛିନ୍ନତାବାଦୀ ଏବଂ ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ପଥର ପିଙ୍ଗୁଥିବା ବ୍ୟକ୍ତିଙ୍କୁ ବାଣ୍ଟିଛନ୍ତି।

ପାକିସ୍ତାନ ଉଚ୍ଚ ଆୟୋଗଙ୍କ ସମ୍ପୃକ୍ତି ନେଇ ଉଚ୍ଚ ଆୟୋଗଙ୍କ ପ୍ରବକ୍ତାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇ ନ ଥିବା ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟରେ ପ୍ରକାଶ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories