www.samajalive.in
Saturday, December 6, 2025
19.1 C
Bhubaneswar

ଓଡ଼ିଶାରେ କୋଭିଡ ମୁକାବିଲା ପାଇଁ ପାୱାରଗ୍ରିଡର ପଦକ୍ଷେପ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ମହାରତ୍ନ କମ୍ପାନୀ ପାୱାର ଗ୍ରିଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ପାୱାରଗ୍ରିଡ)ପକ୍ଷରୁ ସାରା ଦେଶରେ ଥିବା ଏହାର କାର୍ୟ୍ୟାଳୟର କର୍ମଚାରୀ ଓ ଶ୍ରମିକମାନଙ୍କୁ ଠିକଣା ସମୟରେ ସହାୟତା ଯୋଗାଇ ଦେବା ଲାଗି ସକ୍ରିୟତାପୂର୍ବକ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

ରାଉରକେଲା ସବଷ୍ଟେସନ ପ୍ରକଳ୍ପ କ୍ୟାମ୍ପସକୁ ୧୦୦% କୋଭିଡ-୧୯ ମୁକ୍ତ ରଖିବା ଲାଗି କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବୃଦ୍ଧିକୁ ପ୍ରତିହତ କରିବା ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇଛି। ୧୯ ମେ, ୨୦୨୧ରେ ସବଷ୍ଟେସନର କର୍ମଚାରୀ, ଶ୍ରମିକ ଓ ରାଉରକେଲା ସବଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ରାପିଡ୍ ଆଣ୍ଟିଜେନ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଳା।

- Advertisement -

ସେହିପରି ଅନୁଗୁଳ ସବଷ୍ଟେସନ ଠାରେ ଏକ ଗଣ ଟିକାକରଣ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମଚାରୀ, ପରିବାର ସଦସ୍ୟ, ଏଏମସି ଫିଟ୍ଟର, ଡ୍ରାଇଭର ଆଦିଙ୍କ ସମେତ ପ୍ରାୟ ଶତାଧିକ ଲୋକଙ୍କ ଟିକାକରଣ କରାଯାଇଥିଲା। ସେହିପରି ବାରିପଦା, କଣିହାଁ ଓ ବଲାଙ୍ଗିର ସବଷ୍ଟେସନରେ ମଧ୍ୟ ଏପରି ଶିବିର ଆୟୋଜନ କରାଯାଇଥିଲା।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories