www.samajalive.in
Saturday, December 6, 2025
26.1 C
Bhubaneswar

ତାଲାବନ୍ଦ ସମୟରେ ୱାନ୍ ଷ୍ଟପ୍ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶ

ଓଡ଼ିଶାରେ କାର୍ଯ୍ୟକ୍ଷମ ରହିଛି ୩୧ଟି ୱାନ୍ ଷ୍ଟପ୍ କେନ୍ଦ୍ର

ନୂଆଦିଲ୍ଲୀ : ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୱାନ୍ ଷ୍ଟପ୍ କେନ୍ଦ୍ର (ଓଏସସି) ଯୋଜନା କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଏହା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇସାରିଲାଣି। ବର୍ତ୍ତମାନ ସୁଦ୍ଧା, ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ୭୦୧ଟି ଓଏସସି କାର୍ୟ୍ୟକ୍ଷମ ହୋଇସାରିଛି,ଏଥିମଧ୍ୟରୁ ଓଡ଼ିଶାରେ ୩୧ଟି କାର୍ୟ୍ୟକ୍ଷମ ଥିବା ଜଣାପଡ଼ିଛି

- Advertisement -

ସେଗୁଡ଼ିକ ହେଲା- ଅନୁଗୁଳ, ବୌଦ୍ଧ, ବରଗଡ଼, ବାଲେଶ୍ବର, ବଲାଙ୍ଗିର, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ଭୁବନେଶ୍ବର ମହିଳା ହେଲ୍ପଲାଇନ।

ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ଜରିଆରେ ଏପ୍ରିଲ ପହିଲା ୨୦୧୫ ଠାରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଉଭୟ ଘରୋଇ ଏବଂ ସର୍ବସାଧାରଣ ସ୍ଥାନରେ ହିଂସାର ଶିକାର ହୋଇ ଚାପରେ ରହୁଥିବା ମହିଳାମାନଙ୍କୁ ଏହା ମାଧ୍ୟମରେ ଗୋଟିଏ ଛାତ ତଳେ ସମନ୍ୱିତ ସହାୟତା ଓ ସମର୍ଥନ ଯୋଗାଇ ଦିଆଯାଉଛି। ଯେକୌଣସି ପ୍ରକାରର ହିଂସା ବିରୋଧରେ ଲଢ଼େଇ କରିବା ଲାଗି ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସେବା ଯେପରିକି ପୁଲିସ, ସ୍ୱାସ୍ଥ୍ୟସେବା, ଆଇନଗତ ସହାୟତା ଓ ପରାମର୍ଶ, ମାନସିକ ପରାମର୍ଶ ଆଦି ତୁରନ୍ତ, ଜରୁରିକାଳୀନ ଓ ଅଣ-ଜରୁରିକାଳୀନ ଭିତ୍ତିରେ ଯୋଗାଇ ଦିଆଯାଉଛି।

କୋଭିଡ ମହାମାରୀ କାରଣରୁ ଦେଖାଦେଇଥିବା ବର୍ତ୍ତମାନର ପରିସ୍ଥିତିରେ ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ପଡ଼ିଥିବା କିମ୍ବା ହିଂସାର ଶିକାର ହୋଇଥିବା ମହିଳାମାନେ ଦ୍ରୁତ ସହାୟତା ଓ ସେବା ପାଇଁ ନିକଟସ୍ଥ ଓଏସସିରେ ଯୋଗାଯୋଗ କରିପାରିବେ। ତାଲାବନ୍ଦ ଅବଧି ମଧ୍ୟରେ ୱାନ୍ ଷ୍ଟପ୍ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ/ପ୍ରଶାସକ ଏବଂ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଖୋଲା ରହିବା ସମୟରେ ଏହି ସବୁ କେନ୍ଦ୍ରରେ କୋଭିଡ-୧୯ ମୁକାବିଲା ପାଇଁ ଆବଶ୍ୟକ ସାନିଟାଇଜର, ସାବୁନ, ମାସ୍କ ଆଦି ସାମଗ୍ରୀ ରଖାଯିବ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories