www.samajalive.in
Saturday, December 6, 2025
26.1 C
Bhubaneswar

ମାହାଙ୍ଗାରେ ରାଜସ୍ବ ନିରୀକ୍ଷକକୁ ମରଣାନ୍ତକ ଆକ୍ରମଣ କରି ଛଡାଇ ନେଲେ ବାଲିଗାଡି, ଥାନାରେ ଅଭିଯୋଗ

ମାହାଙ୍ଗା: ମାହାଙ୍ଗା ଅଂଚଳରେ ଦେଖବାକୁ ମିଳିଛି ଅଭାବନୀୟ ଘଟଣା। ବେଆଇନ ବାଲି ଲୁଟକୁ ରୋକିବାକୁ ଯାଇଥିବା ତହସିଲ ଟିମ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଜବତ ବାଲି ଗାଡ଼ିକୁ ତହସିଲକୁ ଆଣିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ଗାଡି ମାଲିକ ଓ ମାଫିଆ ଗୋଷ୍ଠୀମାନେ ପୁଲିସ ଉପସ୍ଥିତିରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ତହସିଲର ରାଜସ୍ବ ନିରୀକ୍ଷକ ଗଣେଶ ହେମ୍ବ୍ରମଙ୍କୁ ମାଫିଆମାନେ ଗାଡି ପୋଡିଦେବା ଭଳି ମିଥ୍ୟା ଆରୋପ ଲଗାଇ ତଳେ ଗଡେଇ ପଡେଇ ମାଡ ମାରିବା ସହ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ।

- Advertisement -

ଏଭଳି ଘଟଣା ଘଟିଛି ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ରାମଚନ୍ଦ୍ରପୁର ପୁର ବିରୂପା ନଦୀ ବନାଘାଟ ଠାରେ। ତହସିଲର ଏକ ସ୍ୱତନ୍ତ୍ର ଟିମ ଖବର ପାଇ ବାଲିଘାଟରେ ଚଢ଼ଉ କରିଥିଲା। ପ୍ରାୟ ୩୦ରୁ ଉର୍ଦ୍ଧ୍ଵ ବାଲି ମାଫିଆ ଯୁକ୍ତି ବାଢ଼ି ଟିମ ସଦସ୍ୟଙ୍କୁ ଗୋଡ଼ାଇ ଥିଲେ। ଆକ୍ରମଣ ସମୟରେ ପୁଲିସ ଉପସ୍ଥିତିରେ ରାଜସ୍ବ ନିରୀକ୍ଷକ ଆକ୍ରମଣର ଶିକାର ହୋଇଥିଲେ ବି ପୁଲିସ ନିରବ ଦ୍ରଷ୍ଟା ସାଜିଥଲା। ଆକ୍ରମଣ କରି ମାଫିଆ ଗୋଷ୍ଠୀ ଜବତ ବାଲି ଗାଡିକୁ ଛଡାଇ ନେଇ ଯାଇଥିଲେ। ଗୁରୁତର ଅବସ୍ଥାରେ ଆହତ ରାଜସ୍ବ ନାରୀକ୍ଷକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆକ୍ରମଣକାରି ବାଲି ମାଫିଆଙ୍କ ବିରୁଦ୍ଧରେ ମାହାଙ୍ଗା ତହସିଲଦାର ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାଇଁ। ପ୍ରତିଦିନ ମାହାଙ୍ଗାର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଓ ମାଟି ଲୁଟ ହେଉଥିବା ବେଳେ ପ୍ରଶାସନ ସେଭଳି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ମାଫିଆମାନଙ୍କ ଉତ୍ପାତ ଦିନକୁ ଦିନ ବଢିଚାଲିବା ସହ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନୀ ହେଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories