www.samajalive.in
Tuesday, December 9, 2025
15.1 C
Bhubaneswar

ପୌର ପରିଷଦ ବୈଠକରେ ଡେଙ୍ଗୁ ନିରାକରଣ ଉପରେ ଗୁରୁତ୍ୱ

ଚୌଦ୍ୱାର : ଚୌଦ୍ୱାର ପୌର ପରିଷଦର ବୈଠକ ପୌର ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିରାକରଣ ଓ ଏଥିପାଇଁ ପୌର ପରିଷଦ ତରଫରୁ ଆନୁଷଙ୍ଗିକ ବ୍ୟବସ୍ଥା ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଯାଇଥିଲା। ରାଜ୍ୟର ବିଭିନ୍ନ ସହର ତଥା ଗ୍ରାମାଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବାରୁ ଚୌଦ୍ୱାର ସହରକୁ ସେଥିରୁ ରକ୍ଷା କରିବା ପାଇଁ ପୌର ପାଳିକା ତରଫରୁ ବିଭିନ୍ନ ପଦକ୍ଷେପ ମଧ୍ୟରୁ ନିୟମିତ ସଫେଇ, ନଳା ସଫେଇ, ଅଳିଆ ଅବର୍ଜନା ଦୈନିକ ଉଠାଣ, ବ୍ଲିଚିଂ ସିଞ୍ଚନ, କୂଅ ଗୁଡ଼ିକରେ ବ୍ଲିଚିଂ ପକାଇବା, ପ୍ରତି ସଂଧ୍ୟାରେ ମଶାଧୁଆଁ ଦେବା ଆଦି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସଭାରେ ଉପସ୍ଥିତ ବିଧାୟକ ସୌଭିକ ବିଶ୍ୱାଳ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ତାଗିଦ କରିଥିଲେ। ସହରାଞ୍ଚଳରେ ସଫେଇ କାର୍ଯ୍ୟ ସଠିକ ଭାବେ ହେଉନଥିବା ବହୁ କାଉନସିଲର ଅଭିଯୋଗ କରି ହୋ ହାଲ୍ଲା କରିବାରେ ବିଧାୟକ ଶ୍ରୀ ବିଶ୍ୱାଳ ସଫେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତାଗିଦ କରିଥିଲେ। ପୌର ପାଳିକାରେ ଥିବା ମଶାଧୁଆଁ ମେସିନଟି କାର୍ଯ୍ୟକ୍ଷମ ନଥିବାରୁ ତୁରନ୍ତ ସିଏମସିରୁ ଏକ ମେସିନ୍ ଅଣାଯାଇ ମଶାଧୁଆଁ ବ୍ୟବସ୍ଥା କରାଯିବା ଓ ଏକ ନୂତନ ମେସିନ୍ କିଣିବାର ବ୍ୟବସ୍ଥା କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ସ୍ୱଚ୍ଛ ଭାରତ ମିଶନ୍ ଅଧିକାରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସମେତ ପାରିଷଦ ମାନେ ବୈଠକରେ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories