କରୋନାରୁ ସୁସ୍ଥ ହେବା ପରେ ବି ନିଅନ୍ତୁ ସ୍ବାସ୍ଥ୍ୟର ବିଶେଷ ଯତ୍ନ

କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ। ସେହି ସମୟରେ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେବା ସହ ନିଜର ବିଶେଷ ଧ୍ୟାନ ରଖିବା ଉଚିତ। ତେବେ କିଛି ସଂକ୍ରମିତ ବ୍ୟକ୍ତି କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଚିନ୍ତାମୁକ୍ତ ହୋଇଯାଆନ୍ତି ଓ ସ୍ବାସ୍ଥ୍ୟ ପ୍ରତି ଆଉ ଏତେଟା ଯତ୍ନବାନ ହୋଇ ନଥାଆନ୍ତି। ହେଲେ ଏହା ଜାଣିରଖିବା ଉଚିତ ଯେ, କରୋନା ସମୟରେ ଯେଉଁ ଭଳି ଶରୀରର ଯତ୍ନ ନେବା ଉଚିତ, ଠିକ୍‌ ସେହିପରି କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଜରୁରୀ। ଏହି ସମୟରେ ଆପଣଙ୍କ ଶରୀର ବହୁତ ଦୁର୍ବଳ ଥାଏ। ତେଣୁ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବା ନିହାତି ଆବଶ୍ୟକ। କରୋନା ଆମ ଶରୀରରେ ଯେତିକି ପ୍ରଭାପ ପକାଏ ସେତିକି ମାନସିକ ପ୍ରଭାବ ମଧ୍ୟ ପକାଇଥାଏ। ଆସନ୍ତୁ ଜାଣିବା କରୋନାରୁ ସୁସ୍ଥ ହେଲା ପରେ କେମିତି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ –

ସ୍ବାସ୍ଥ୍ୟକର ଭୋଜନ କରନ୍ତୁ:

କରୋନା ସଂକ୍ରମିତ ହେବା ପୂର୍ବରୁ ଏବଂ ପରେ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜଭୁତ କରିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିଟାମିନ୍ ଓ ପ୍ରୋଟିନଯୁକ୍ତ ଖାଦ୍ୟ ସହ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ଖାଇବା ଉଚିତ।

ଶରୀରକୁ ବିଶ୍ରାମ ଦିଅନ୍ତୁ:

କୋଭିଡ ସଂକ୍ରମଣ ପରେ ପ୍ରାୟ ଲୋକଙ୍କ ଶରୀର ଦୁର୍ବଳ ହୋଇଯାଏ। ତେଣୁ କିଛିଦିନ ପାଇଁ ଅତ୍ୟଧିକ ଶାରୀରିକ ପରିଶ୍ରମରୁ ଦୂରେଇ ରୁହନ୍ତୁ। ଯେତେ ସମ୍ଭବ ନିଜ ଶରୀରକୁ ବିଶ୍ରାମ ଦିଅନ୍ତୁ। ଠିକ୍ ସମୟରେ ଶୁଅନ୍ତୁ। ବିଳମ୍ବ ରାତି ପର୍ୟ୍ୟନ୍ତ ଚେଇଁ ରୁହନ୍ତୁ ନାହିଁ। କାରଣ ନିଦ ପୂରା ନ ହେଲେ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହଇଯାଏ।

prayash

ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ଉପାୟ:

-ତୁଳସୀ, ଡାଲଚିନି, ଗୋଲମରିଚ, ସୁଣ୍ଠି, ପକାଇ ହର୍ବାଲ ଚା’ ପ୍ରସ୍ତୁତ କରନ୍ତୁ। ଏଥିରେ ସ୍ୱାଦ ଅନୁସାରେ ଲେମ୍ବୁ ଓ ଚିନି କିମ୍ବା ମହୁ ପକାଇ ପ୍ରତ୍ୟେକ ଦିନ ଥରେ କିମ୍ବା ଦୁଇଥର ସେବନ କରନ୍ତୁ।

-୧୫୦ ମିଲି ଗରମ କ୍ଷୀରରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାଇ ଦିନରେ ଥରେ କିମ୍ବା ଦୁଇଥର ପିଅନ୍ତୁ।

-ରୋଷେଇରେ ନିୟମିତଭାବେ ହଳଦୀ, ଅଦା ଏବଂ ରସୁଣ ବ୍ୟବହାର କରନ୍ତୁ।

-ଦିନସାରା ମଝିରେ ମଝିରେ ଉଷୁମ ପାଣି ପିଅନ୍ତୁ। ଏହା ସହିତ ଦୈନିକ ୮ ଗ୍ଲାସ ପାଣି ପିଅନ୍ତୁ। ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ।

kalyan agarbati

Comments are closed.