ଆରମ୍ଭ ହେଲା ପୋଷଣ ପକ୍ଷ 

ଜନଆନ୍ଦୋଳନ ଓ ଜନଭାଗିଦାରୀ ଜରିଆରେ ସୁସ୍ଥ ରହିବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା

ଡେସ୍କ : ସମଗ୍ର ଦେଶରେ ସୋମବାର ଠାରୁ ପଞ୍ଚମ ପୋଷଣ ପକ୍ଷ  ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପୋଷଣର ଗୁରୁତ୍ୱ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଏହି ପକ୍ଷ ପାଳନର ମୂଳ ଉଦ୍ଦେଶ୍ୟ । ଜନଆନ୍ଦୋଳନ ଓ ଜନଭାଗିଦାରୀ ଜରିଆରେ ସୁସ୍ଥ ରହିବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଅଭ୍ୟାସକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତବର୍ଷ ଏହି ପକ୍ଷର ବାର୍ତ୍ତା ରହିଛି- “ସମସ୍ତଙ୍କ ପାଇଁ ପୋଷଣ ଏବଂ ଏକାସାଙ୍ଗରେ ସୁସ୍ଥ ଭାରତ ଗଠନ ଆଡକୁ ଅଗ୍ରସର ।” ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବା ଶ୍ରୀଅନ୍ନ ବର୍ଷ ଭାବେ ପାଳନ କରାଯାଉଥିବାରୁ ଏଥରର ପୋଷଣ ପକ୍ଷରେ ମଧ୍ୟ ଶ୍ରୀଅନ୍ନର ଗୁରୁତ୍ୱ ବାବଦରେ ସଚେତନତା ସୃଷ୍ଟି ଲକ୍ଷ୍ୟ ରଖାଯାଇଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମାର୍ଚ୍ଚ ୮ ତାରିଖରେ ପୋଷଣ ଅଭିଯାନ ଆରମ୍ଭ କରିଥିଲେ ।

Comments are closed.