www.samajalive.in
Monday, December 15, 2025
27.1 C
Bhubaneswar

କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ

ଗୁରୁଡିଝାଟିଆ : କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ୩୨୦ଜଣ ବିଦ୍ୟାର୍ଥୀଙ୍କୁ ନୂତନ ପୋଷାକ ଓ ଯୋତା ବଣ୍ଟନ କରାଯାଇଛି।  ପ୍ରଧାନଶିକ୍ଷକ ରଣଜିତ୍ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୋଷାକ ବିତରଣ ଉତ୍ସବରେ ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସରକାର ବିଦ୍ୟାର୍ଥୀମାନଙ୍କୁ ଉତ୍ତମ ନାଗରିକ ଭାବରେ ଗଢିତୋଳିବା ନିମନ୍ତେ ପର୍ଯ୍ୟାପ୍ତ ସହଯୋଗର ହାତ ବଢାଇଛନ୍ତି । ସ୍ମାର୍ଟ ସ୍କୁଲ, ଉତ୍ତମ ବାତାବରଣ, ବୈଷୟିକ କ୍ଷମତା ସଂପନ୍ନ ଗ୍ରନ୍ଥାଗାର, ଲାବୋରେଟୋରୀ ଓ ଦକ୍ଷତା ସଂପନ୍ନ ଶିକ୍ଷକ ପ୍ରଦାନ କରିଛନ୍ତି । ଏପରିକି ମଧ୍ୟାନ୍ନ ଭୋଜନ ଠାରୁ ସାଇକେଲ, ଯୋତା, ପ୍ୟାଣ୍ଟ, ସାର୍ଟ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ଅନେକ ଉପକରଣ ପ୍ରଦାନ କରିବା ଏକ ଉତ୍ତମ ଦୂରଦୃଷ୍ଟି ସଂପନ୍ନ ସରକାରଙ୍କ ଲକ୍ଷ୍ୟ ବୋଲି କହିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ, ସମିତିସଭ୍ୟ ପ୍ରଦୀପ କୁମାର ମହାନ୍ତି, ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ ପତି, ସୁକାନ୍ତ କୁମାର ନାୟକ, ହେମନ୍ତ କୁମାର ସାହୁ, କୈଳାସ ଚନ୍ଦ୍ର ଦାସ ପ୍ରମୁଖଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହୀତ କରିଥିଲେ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories