mission shakti banner

ଇଭିଏମ ତୃଟି ଯୋଗୁଁ କାଲିମେଳାରେ କେତେକ ସ୍ଥାନରେ ମତଦାନ ବିଳମ୍ବ

BSKY banner  750×100

କାଲିମେଳା: ୨୦୧୯ ସାଧାରଣ ନିର୍ବାଚନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ବେଳେ ମାଲକାନଗିରି ନିର୍ବାଚନ ମଣ୍ଡଳୀର କାଲିମେଳା ବ୍ଲକରେ ବିଭିନ୍ନ ବୁଥରେ ମତଦାନ ଶେଷ ହୋଇଛି।ତେବେ ବ୍ଲକରେ ଥିବା କେତେକ ବୁଥରେ ଇଭିଏମ ମେସିନ ଖରାପ ହେବା ଯୋଗୁଁ ସେହି ସ୍ଥାନରେ ବିଳମ୍ବରେ ମତଦାନ ହୋଇଥିବା ଜଣାପଡିଛି। ସୁଚନା ଅନୁଯାଇ ଏମପିଭି-୩୫ ବେଜାଙ୍ଗିବାଡା ବୁଥରେ ମେସିନ ଖରାପ ହେବା ଯୋଗୁଁ ଦେଢଘଂଟା ବିଳମ୍ବରେ ମତଦାନ ହୋଇଥିଲା। ସେହି ପରି ଏମଭି-୬୮ ତେଲରାଇ, ଭୁବନପାଲ୍ଲୀ ପଞ୍ଚାୟତର କାନ୍ଦିଗୁଡା ବୁଥରେ ମତଦାନ ବିଳମ୍ବ ହୋଇଥିବା ଜଣା ପଡିଛି। ମାଓ ପ୍ରବଣ ବଡିଗେଟା ପଞ୍ଚାୟତର ପ୍ରଥମଥର ପାଇଁ ଭୋଟ ଗ୍ରହଣ କରାଯାଇଥିଲ। ସେଠାରେ ମଧ୍ୟ ଇଭିଏମ ଖରାପ ଥିବାରୁ ୩ ଘଂଟା ବିଳମ୍ବରେ ମତଦାନ ହୋଇଥିଲା। କାଲିମେଳା ସଦରରେ ଶାନ୍ତି ସୃଙ୍ଖଳାର ସହ ଭୋଟ ଗ୍ରହଣ କରାଯାଇଥିଲ।।

Comments are closed.