www.samajalive.in
Sunday, December 14, 2025
19.1 C
Bhubaneswar

ଟିକାକରଣକୁ ନେଇ ଜୋର ଧରିଲା ରାଜନୀତି: ଟିକାକରଣ କେନ୍ଦ୍ରରେ ବିଜେପିର ଦଳୀୟ ଚିହ୍ନକୁ ନେଇ ପ୍ରତିବାଦ କଲା ବିଜେଡି

ବୌଦ୍ଧ : ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ସେତେ ବଢିବାରେ ଲାଗିଛି। ବିଶେଷ ଭାବରେ ବିଜେଡି ଓ ବିଜେପି ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ପ୍ରତିଦ୍ୱନ୍ଦିତା ବଢିବା ସହିତ ନିର୍ବାଚନ ପୂର୍ବରୁ ଭୋଟରଙ୍କ ଆସ୍ଥାଭାଜନ ହେବାକୁ ନେତା ଓ କର୍ମୀମାନେ ମଧ୍ୟ ସକ୍ରିୟ ହେବାରେ ଲାଗିଛନ୍ତି। କେନ୍ଦ୍ର ସରକାର ମାଗଣାରେ ଟିକା ପ୍ରଦାନ କରିଥିବାବେଳେ ଟିକାକରଣ କାଗଜପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଥିବା ନେଇ ଗତକାଲି ବିଜେପି ପକ୍ଷରୁ ପ୍ରତିବାଦ କରାଯିବା ସହିତ ପ୍ରଧାନମନ୍ତ୍ରୀ ଓ ଦଳୀୟ ନେତୃବର୍ଗଙ୍କ ଫଟୋଥିବା ବେନର ଟିକାକରଣ କେନ୍ଦ୍ରରେ ଲଗାଯାଇଥିଲା। ଆଜି ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ବିଜେଡିର ନେତୃବର୍ଗ ଟାଉନହଲସ୍ଥିତ ଟିକାକରଣ କେନ୍ଦ୍ରରେ ପହଞ୍ଚି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବିଜେପିର ଦଳୀୟ ଚିହ୍ନ ଥାଇ ଏବଂ ସ୍ଥାନୀୟ ନେତୃବର୍ଗଙ୍କ ଫଟୋଚିତ୍ର ରଖାଯାଇ କାହିଁକି ବେନର ଲଗାଯାଇଛି ବୋଲି ପ୍ରଶ୍ନ କରିଥିଲେ ଏବଂ ତୁରନ୍ତ ସମସ୍ତ ବେନର ହଟାଇବାକୁ ଦାବି କରିଥିଲେ।

ଦେଶର ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ଟିକାକରଣ କେନ୍ଦ୍ରରେ ଲଗାଇଲେ ନିଜର କୌଣସି ଆପତ୍ତି ନଥିବା ପ୍ରକାଶ କରିବା ସହ ଯଦି ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ଲଗାଯାଏ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ମଧ୍ୟ ଟୀକାକରଣ କେନ୍ଦ୍ରରେ ଲଗାଯିବ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଥିଲା। ଦେଶରେ ରହିଥିବା ସଂଘିୟ ଶାସନ ବ୍ୟବସ୍ଥାରେ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟକୁ ଟୀକା ଯୋଗାଇଦେଇଥିବାବେଳେ ଟୀକାକରଣ କାର୍ଯ୍ୟକ୍ରମକୁ ନେଇ ବିଜେପି ହୀନ ରାଜନିତୀ କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୋଲିସ ଓ ବୌଦ୍ଧ ତହସିଲଦାର ଟୀକାକରଣ କେନ୍ଦ୍ରରେ ପହଞ୍ଚି ବିଜେଡି କର୍ମୀଙ୍କୁ ବୁଝାଶୁଝା କରିବା ସହିତ ବିଜେପିର ବେନର ହଟାଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଘଟଣା ସଂପର୍କରେ ବିଜେପି ସଭାପତି ନିଜର ପ୍ରତିକ୍ରିୟାରେ କହିଛନ୍ତିଯେ, ଟିକାକରଣ ପାଇଁ କେନ୍ଦ୍ର ସରକାର ସଂପୁର୍ଣ୍ଣ ଖର୍ଚ୍ଚ ବହନ କରିଛନ୍ତି ତେଣୁ ଟୀକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଓ ଦଳୀୟ ନେତୃବର୍ଗଙ୍କ ବେନର ଲଗାଯିବା ଶିର୍ଷ ନେତୃବର୍ଗଙ୍କ ନିଷ୍ପତି । ଟୀକାକରଣ କେନ୍ଦ୍ରରୁ ବେନର ହଟାଯିବା ଘଟଣା ଦଳୀୟ ନେତୃବର୍ଗଙ୍କୁ ଅବଗତ କରାଯିବାପରେ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ବିଜେଡି ପକ୍ଷରୁ ଜୋନାଲ ସଭାପତି ଅଶୋକ କୁମାର ସାହୁ, ଜିଲା ଯୁବ ବିଜେଡି ସଭାପତି ମୃତ୍ୟୁଂଜୟ ମିଶ୍ର, ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ, ବରିଷ୍ଠ ନେତା ତାରେଣି ମହାପାତ୍ର, ଧୂରୀଣ କୁମାର ଦେହୁରୀ, ପୃଥ୍ୱୀରାଜ ମେହେର, ବସନ୍ତ କୁମାର ସ୍ୱାଇଁଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଟାଉନହଲଠାରେ ଉପସ୍ଥିତ ଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories