www.samajalive.in
Tuesday, December 9, 2025
16.1 C
Bhubaneswar

ରାଜନେତାଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ନିକଟରେ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ର ଟ୍ରେଲର ରିଲିଜ ହେବା ପରେ ସୋମବାର ଭାରତର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ‘ନରେନ୍ଦ୍ର ମୋଦୀ’ଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ସୋମବାର ଏହାର ପୋଷ୍ଟର ରିଲିଜ ହୋଇଛି। ଏହାର ପୋଷ୍ଟର ରିଲିଜ ହେବା ମାତ୍ରେ ସାମାଜିକ ଗଣମାଧ୍ୟମରେ ଏହାର ପ୍ରଚାର ହେବାରେ ଲାଗିଛି। ଏହି ଚଳଚ୍ଚିତ୍ରର ନାମ ରଖାଯାଇଛି ‘ପିଏମ ମୋଦୀ’। ଏଥିରେ ମୋଦୀଙ୍କ ଚରିତ୍ରରେ ଅଭିନୟ କରୁଥିବା ନଜର ଆସିବେ ‘ବିବେକ ଓବେରୟ’। ଚଳଚ୍ଚିତ୍ରର ପୋଷ୍ଟରରେ ବିବେକ ଅବିକଳ ମୋଦୀଙ୍କ ଭଳି ନଜର ଆସିଛନ୍ତି।
ତେବେ ଆସନ୍ତୁ ଜାଣିବା ପର୍ବରୁ ଅନ୍ୟ ରାଜନେତାଙ୍କ ଜୀବନୀ ଉପରେ ନିର୍ମିତ ହୋଇଥିବା କେତୋଟି ଚଳଚ୍ଚିତ୍ର ଏବଂ ଏହାର କଳାକାର ମାନଙ୍କୁ-

courtesy-pagal parrot

ଅନୁପମ ଖେର-‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ର ଟ୍ରେଲର ନିକଟରେ ରିଲିଜ ହୋଇଛି। ଏହାର ଟ୍ରେଲର ରିଲିଜ ହେବା ପୂର୍ବରୁ ଚଳଚ୍ଚିତ୍ରଟି ଚର୍ଚ୍ଚାରେ ରହିଆସିଛି। ଏଥିରେ ମନମୋହନ ସିଂହଙ୍କ ଚରିତ୍ରରେ ଅଭିନୟ କରୁଥିବା ନଜର ଆସିଛନ୍ତି ଅନୁପମ ଖେର। ଜାନୁଆରୀ ୧୧ରେ ମୁକ୍ତଲାଭ କରିବ ଏହି ଚଳଚ୍ଚିତ୍ର।

- Advertisement -
courtesy-hindustan times

ରାଜକୁମାର ରାଓ- ‘ବୋଷ: ଡେଡ୍‍/ଆଲାଇଭ୍‍’
ସୁବାଷ ବୋଷଙ୍କ ଜିବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ବୋସ: ଡେଡ୍‍/ଆଲାଇଭ’ ୨୦୧୭ରେ ମୁକ୍ତିଲାଭ କରିଥିଲା। ଏଥିରେ ସୁବାଷ ବୋଷଙ୍କ ଚରିତ୍ରରେ ଅଭିନୟ କରିଥିଲେ ରାଜକୁମାର ରାଓ। ଏହି ଚରିତ୍ରରେ ଅଭିନୟ କରିବାପନାଇଁ ରାଜକୁମାର ରାଓ କଠିନ ପରିଶ୍ରମ କରିଥିଲେ। ଏଥିରେ ତାଙ୍କ ଲୁକ ବହୁତ ଭଲ ଥିଲା। ଏହି ଚଳଚ୍ଚିତ୍ରରେ ନିର୍ଦେଶନାର ଭାଳ ସମ୍ଭାଳିଥିଲେ ପୁଲକିତ।

courtesy-the times of india photogallery

‘ପରେଶ ରାୱଲ’-ସରଦାର
୧୯୯୩ରେ ଶରଦାର ଚଳଚ୍ଚିତ୍ର ମୁକ୍ତଲାଭ କରିଥିଲା। ଏହି ଚଳଚ୍ଚିତ୍ର ଲୌହମାନବ ସର୍ଦ୍ଦାର ବଲ୍ଲଭାଇ ପାଟେଲଙ୍କର ବାୟୋପିକ ଥିଲା। ହିନ୍ଦି ସିନେମାର ଜଣାଶୁଣା ଅଭିନେତା ପରେଶ ରାୱଲ ଏଥିରେ ସର୍ଦ୍ଦାର ପଟେଲଙ୍କ ଭୁମିକାରେ ଅଭିନୟ କରିଥିଲେ। କେତନ ମେହତାଙ୍କ ନିର୍ଦେଶନାରେ ନିର୍ମାଣ ହୋଇଥିଲା ଏହି ଚଳଚ୍ଚିତ୍ର।

courtesy-india today

‘କିର୍ତ୍ତୀ କୁହ୍ଲାରି’- ଇନ୍ଦୁ ସରକାର
ଅନେକ ବିବାଦ ଘେରରେ ରହିବା ପରେ ନିର୍ଦେଶକ ମଧୁର ଭଣ୍ଡାକରଙ୍କ ଚଳଚ୍ଚିତ୍ର ଇନ୍ଦୁ ସରକାର ୨୦୧୭ରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରକୁ ଅନେକ ରାଜନୈତିକ ଦଳ ରିଲିଜ କରାଇନଦେବାକୁ ପ୍ରୟାସ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଉପରେ ନିର୍ମାଣ ହୋଇଥିଲା ଏହି ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ଅଭିନୟ କରିଥିଲେ କିର୍ତ୍ତି କୁହ୍ଲାରି।

courtesy-youtube

ସୁଚିତ୍ରା ସେନ – ଆନ୍ଧି
୧୯୭୫ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ର। ଏଥିରେ ସୁଚିତ୍ରା ସେନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଭାର ସମ୍ଭାଳିଥିଲେ ଗୁଲଜାର। ଏହି ସିନେମାଟି ରିଲିଜ ପୂର୍ବରୁ ଅନେକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ରହିଥିଲା। ଏହି ଚଳଚ୍ଚିତ୍ରକୁ କଂଗ୍ରେସ ୨୦ସପ୍ତାହ ପର୍ଯ୍ୟନ୍ତ ବ୍ୟାନ କରିଦେଇଥିଲା। ବିଜେପି ସରକାର ଆସିବା ପରେ ଏହାକୁ ରିଲିଜ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories