www.samajalive.in
Thursday, December 11, 2025
16.1 C
Bhubaneswar

ମହାବୀର ପାଣି ପଞ୍ଚାୟତ ରାଜ୍ୟସ୍ତରରେ ଶ୍ରେଷ୍ଠ ଭାବେ ପୁରସ୍କୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହୀରାଧାରବାଟି ଜଳ ସେଚନ ପ୍ରକଳ୍ପ ଅନ୍ତର୍ଗତ ମହାବୀର ହନୁମାନ ପାଣି ପଞ୍ଚାୟତ ରାଜ୍ୟସ୍ତରରେ ଶ୍ରେଷ୍ଠ ପାଣି ପାଞ୍ଚାୟତ ରୂପେ ପୁରସ୍କୃତ ହୋଇଛି। ସହାଭାଗୀ ଜଳ ସେଚନ ପରିଚାଳନା ମାଧ୍ୟମରେ ଜଳର ସୁଶମ ବଣ୍ଟନ, ରକ୍ଷଣାବେକ୍ଷଣ ସାମଗ୍ରିକ ଭାବେ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ଏହା ରାଜ୍ୟରେ ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ -୨୦୨୫ ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ପାଣି ପଞ୍ଚାୟତର ସଭାପତି ରଘୁନାଥ ସାହୁ ଓ ସମ୍ପାଦକ ଲିଙ୍ଗରାଜ ପରିଡ଼ାଙ୍କୁ ରାଜ୍ୟର ଜଳ ସେଚନ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କୁ ସିଲ୍ ପ୍ରଦାନ କରିଛନ୍ତି। ଏହି ପୁରସ୍କାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପାଣି ପଞ୍ଚାୟତର ସଭାପତି ଓ ସମ୍ପାଦକଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି। ଆଗାମୀ ଦିନରେ ଖରିଫ ଋତୁରେ ଚାଷୀଙ୍କ ଚାଷ କାର୍ଯ୍ୟରେ ଜଳ ସେଚନ ସୁଚାରୁ ରୂପେ ପରିଚାଳନା ହେବ ବୋଲି ସମସ୍ତେ ଆଶା ପ୍ରକଟ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories