www.samajalive.in
Saturday, December 6, 2025
23.1 C
Bhubaneswar

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ୍‌ ବାବୁ : ଗାଡି ମୁକୁଳାଇବା ପାଇଁ ଦାବି କରୁଥିଲେ ୬ ହଜାର ଟଙ୍କା

ଭୁବନେଶ୍ଵର: ଲାଞ୍ଚ ନେଇ ଧରା ପଡିଲେ ପୁଲିସ୍ ବାବୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସଆଇ ବୁଦୁ ଭୋଇଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଟଙ୍କା ଗ୍ରହଣ କରିବା ଅଭିଯୋଗରେ ଅଟକ ରଖିଛି ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ । ଏହା ସହିତ ବୁଦୁ ଭୋଇଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ଏବେ ଅଧିକ ଯାଞ୍ଚ ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ ବି ଆରମ୍ଭ କରି ଦେଇଛି । ଭିଜିଲାନ୍ସର ତଥ୍ୟ ଅନୁସାରେ ବୀରମହାରାଜପୁର ଥାନା ଅତିରିକ୍ତ ପୋଲିସ ସବ୍ ଇନ୍ସପେକ୍ଟର ବୁଦୁ ଭୋଇ ଏକ ଗାଡି ଧକ୍କା ମାମଲାରେ ଅଭିଯୋଗକାରୀଙ୍କୁ ତାଙ୍କ ଦୁଇ ଚକିଆ ଗାଡି ମୁକୁଳାଇବା ପାଇଁ ଦୀର୍ଘ ଏକ ମାସ ହେବ ଥାନାକୁ ଦଉଡାଇ ଚାଲିଥିଲେ । ଏହା ସହ ମାତ୍ରାଧିକ ଟଙ୍କା ଦାବି କରିଥିଲେ । ଅଭିଯୋଗକାରୀ ଏତେ ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବାରୁ, ତାଙ୍କୁ ଥାନାକୁ ଡକାଇ ମାନସିକ ନିର୍ଯ୍ୟାତନା ବି ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସରେ ଜଣାଇଥିଲେ । ଏହା ପରେ ଭିଜିଲାନ୍ସର ଯୋଜନା ଅନୁସାରେ ପୀଡିତ ଜଣକ ୬ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ଏବଂ ଭିଜିଲାନ୍ସ ଶ୍ରୀଭୋଇଙ୍କୁ ଟଙ୍କା ଗ୍ରହଣ କରିବା ଅବସ୍ଥାରେ ଧରିବା ପାଇଁ ଯୋଜନା କରିଥିଲା । ଆଜି ଦିନ ୧୨ଟା ସମୟରେ ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ଏଏସଆଇ ବୁଦୁ ଭୋଇ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଛି । ସଂପୂଣ୍ଣ ଲାଞ୍ଚ ଟଙ୍କା ଜବତ ସହ ଅଧିକ ତଦନ୍ତ ଚଲାଇଛି ଦୁର୍ନୀତି ନିବାରଣ ସଂସ୍ଥା ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories